Breaking News

ଗାନ୍ଧିବାଦୀ ନେତା ସ୍ୱର୍ଗତ ବିଷ୍ଣୁଚରଣ ମଲ୍ଲିକଙ୍କ ସ୍ମୃତି ସଭା ଓ ପ୍ରତିମୂର୍ତ୍ତ ଉନ୍ମୋଚନ

 P mohapatra
jagasinghpur
କୁଜଙ୍ଗ--- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ନାରିଜଙ୍ଗ ଗ୍ରାମର ଗାନ୍ଧୀବାଦୀ ନେତା ତଥା ସମାଜସେବୀ ସ୍ୱର୍ଗତ ବିଷ୍ଣୁଚରଣ ମଲ୍ଲିକଙ୍କ ସ୍ମୃତି ଚାରଣ ସଭା ଓ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଦିଗବାରିଣୀ ଠାରେ ବିଷ୍ଣୁଚରଣ ମଲ୍ଲିକ ସ୍ମୃତି ସଂସଦ ଆନୁକୁଲ୍ୟରେ ଆୟୋଜିତ ସଭାରେ ସଭାପତି ରମେଶ ଚନ୍ଦ୍ର ମଲ୍ଲିକଙ୍କ ପୌରହିତ୍ୟ କରିଥିଲେ  ।  ଓଡିଶା ଅର୍ଥ ନିଗମର ନିର୍ଦେଶକ ପ୍ରସନ୍ନ କୁମାର ଜେନା ଉଦ୍ଘାଟକ ଭାବେ ଯୋଗଦେଇ ସ୍ୱର୍ଗତ ମଲ୍ଲିକ ଯେପରି ଭାବେ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ଦୁର୍ଦିନରେ ସେମାନଙ୍କୁ ସହାୟତା ଯୋଗାଇ ଆସୁଥିଲେ ତାହା ସମାଜରେ ବିରଳ ବୋଲି କହିଥେôଲ ।  ଶାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଇଂ ଡଃ ପ୍ରଭାକର ସ୍ୱାଇଁ ଯୋଗଦେଇ ସ୍ୱର୍ଗତ କର୍ମମୟ ଜୀବନର ଅବତାରଣା କରି ସେ ମହାନଦୀ-ପାଇକା ଦ୍ୱିପାଞ୍ଚଳର ଆଲୋକାବର୍ତ୍ତିକା ଥିଲେ ବୋଲି ମତ ପ୍ରକାଶ କରିଥିଲେ  । ବରିଷ୍ଠ ସ୍ତମ୍ଭକାର ଅରୁଣ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ମଲ୍ଲିକ ସ୍ଥାନୀୟ ଅଞ୍ଚଳରେ ଚିରନମସ୍ୟ ହୋଇ ରହିବେ ବୋଲି କହିଥିଲେ । ଉକ୍ରଳ ସମ୍ମିଳନୀର ପ୍ରାକ୍ତନ ସଭାପତି ଡଃ ଗୁରୁପ୍ରସାଦ ମହାନ୍ତି, ବାଣିଜ୍ୟକର ବିଭାଗ ପୂର୍ବତନ ଡେପୁଟି କମିଶନର ଗଙ୍ଗାଧର ସେଠୀ ପ୍ରମୁଖ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତିଚାରଣ କରିଥେôଲ । ସ୍ଥାନୀୟ ଜିଲା ପରିଷଦ ସଭ୍ୟ ସନାତନ ଦଳାଇ, ପୂର୍ବତନ ସମିତି ସଭ୍ୟ ଗୋପୀନାଥ ଦାଶ, କନିମୁଳ ସରପଞ୍ଚ ଇଂ ବେଦଦ୍ୟୁତି ପୃଷ୍ଟି, ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୂତାର, ଗୋପାଳପୁର(ସ) ସରପଞ୍ଚ କୃଷ୍ଣପ୍ରସାଦ ଦାସ, ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁନନା), ପଣ୍ଡିତ ପ୍ରଭାତ ରଞ୍ଜନ କର ପ୍ରମୁଖ ଙ୍କେ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବି, ସମାଜସେବୀ, ଶିକ୍ଷାବିତ, ଲୋକପ୍ରତିନିଧି ମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ବାଲି ସ୍ମୃତି ସଂସଦର ନିଜସ୍ୱ ଜାଗାରେ ଅତିଥି ମାନଙ୍କ ଦ୍ୱାରା ସ୍ୱର୍ଗତ ମଲ୍ଲିକଙ୍କ ପ୍ରତିମୂର୍ତ୍ତ ଉନ୍ମୋଚନ କରାଯିବା ସହ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସରସ୍ୱତୀ ଶିଶୁ ମନ୍ଦିର କନିମୁଳ, ନାରିଜଙ୍ଗ ପ୍ରାଥମିକ ବିଦ୍ୟାଳୟ ସହିତ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା କରାଯାଇ କୃତି ଶିଶୁ ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ପର୍ବରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ମଲ୍ଲ, ସୋମନାଥ ପ୍ରଧାନ, ଭରତ ଚନ୍ଦ୍ର ସ୍ୱାଇଁ, ରାମଚନ୍ଦ୍ର ମଲ୍ଲିକଙ୍କୁ ସ୍ମୃତି କମିଟି ତରଫରୁ ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।  ସମ୍ପାଦକ ବିଜୟ କୁମାର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅର୍ଚ୍ଚନା ପ୍ରୀୟଦର୍ଶିନୀ, ପ୍ରିତିଲତା ମଲ୍ଲ, ସୁରଭି ପୃଷ୍ଟି,ରଶ୍ମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ । ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts