ପୋରଗଦେଇ ବିଦ୍ୟାଳୟର ୧୯୯୮ ବ୍ୟାଚ ଛାତ୍ରଛାତ୍ରୀଙ୍କ ଗୁରୂ ପୂଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଜଗତସିଂହପୁର ---- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇସ୍ଥିତ ରାଧାଗୋବିନ୍ଦ ସଞ୍ଜୟ ମହାନ୍ତି ଉଚ୍ଚ ବିଦ୍ୟାଳୟ ଓ ରାଧାଗୋବିନ୍ଦ ବାମନ ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୯୪ ରୁ ୧୯୯୮ ବ୍ୟାଚ ପୁରାତନ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୁରୁ ପୂଜନ, ବୃକ୍ଷରୋପଣ ସ୍ୱଛ ଭାରତ ଅଭିଯାନ ଆଦି କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ଗୁରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ମହାନ୍ତି, ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍୍ର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ବିଭୂତି ଭୂଷଣ ପରିଜା, ଅଜୟ କୁମାର ନାୟକ, ନରହରି ସ୍ୱାଇଁ, ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ସାମଲ ପ୍ରମୁଖଙ୍କୁ ପୂଜନ କରିବା ସହ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ । ପରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଦିନ ସ୍ମୃତିକୁ ରୋମନ୍ଥନ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର