Breaking News

୨ ବଖରା ଘର ଜଳିଗଲା

ବରୀ--- ଯାଜପୁର ଜିଲ୍ଲା ବରୀଥାନା ଅଧିନ ଭଅଁରା ପଞ୍ଚାୟତ ଭୁରୁଙ୍ଗା ଗ୍ରାମର  ସଦାଶିବ କରଙ୍କ ଘରେ ଗୁରୁବାର ମଧ୍ୟ ରାତ୍ରରେ ଅଗ୍ନିକାଣ୍ଡ ଘଟି୨ ବଖରା ଘର ଜଳି ପୋଡି ଯାଇଛି । ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ  । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବା ପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି ।  ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ କରାଯାଇଥିଲା  । ଖବର ପାଇ ବରୀ ଦମକଳ ବାହିନୀ ବହୁ ବିଳମ୍ବରେ ପହଞ୍ଚିଥିଲା  । ସଦାଶିବଙ୍କ ପରିବାର ଏବେ ଖୋଲା ଆକାଶ ତଳେ  ଆଶ୍ରୟ ନେଉଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ  ତୁରନ୍ତ ସରକାରୀ ସହାୟତା ଯୋଗଇ ଦେବା ପାଇଁ ଦାବୀ କରାଯାଇଛି ।
 ଯାଜପୁ. ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
 D behera
Bari

Blog Archive

Popular Posts