Breaking News

ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ


ଭଞ୍ଜନଗର :-ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ଼. ସନ୍ତୋଷ କୁମାର ଅlପଟଙ୍କ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ଅବସରପ୍ରାପ୍ତ ଅଧକ୍ଷ, ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ଅଭିନେତା ମେଜର ରମlରମଣ ପାଢ଼ୀ, ସମ୍ମାନିତ ଅତିଥି ଭାବେ  ସାହିତ୍ୟିକ, ଅବସରପ୍ରାପ୍ତ ଆକାଶବାଣୀ, ଦୂରଦର୍ଶନ ନିର୍ଦେଶକ ଡ. ଶାନ୍ତନୁ କୁମାର ରଥ, ସାଧନ ବ୍ୟକ୍ତିଭାବେ ଇନ୍ଦିରାଗାନ୍ଧୀ ମୁକ୍ତ ବିଦ୍ୟାଳୟ ନିର୍ଦେଶକ, ଅନୁଗୁଳ ଡ ବିଜୟ କୁମାର ସାହୁ, ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ପ୍ରଫେସର ଡ. ଭଗବାନ ସାହୁ, ସାଧାରଣ ସମ୍ପାଦକ ତପନ କୁମାର ମିଶ୍ର, କୋଷାଧକ୍ଷ ଦାମୋଦର ଷଡ଼ଙ୍ଗୀ, ଆବାହକ ଡ. ଶ୍ୟାମପ୍ରସାଦ ମିଶ୍ର ଯୋଗଦେଇଥିଲେ । କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଅତିଥିମାନେ ମତ ପ୍ରକାଶ କରିଥିଲେ। ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ଓ ଦଳ ସ୍ୱାଗତ ସଂଗୀତ ଗାନକରିଥିଲେ l ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନପରେ ସମ୍ପାଦକ ତପନ କୁମାର ମିଶ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ l ଏହି ଅବସରରେ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ମୁଖପତ୍ର ମୁଖ୍ୟଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ପରେ ପରେ ଡ. ଶ୍ୟାମପ୍ରସାଦ ମିଶ୍ର ଓ ନେତାଜୀ ବିଷୋୟୀଙ୍କ ଦୁଇଖଣ୍ଡ ପୁସ୍ତକକୁ ମଧ୍ୟ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ l ଡ଼. ରମlରମଣ ପାଢ଼ୀ ଓ ଡ଼. ଶାନ୍ତନୁ କୁମାର ରଥଙ୍କୁ ପ୍ରତିଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ସଭାପତି ଡ଼ ଶିରୀଶ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥିଭାବେ ଅବସରପ୍ରାପ୍ତ ଅଧକ୍ଷ ବିନୋଦ ବିହାରୀ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଶିବପ୍ରସାଦ ଦାସ, ଅଧକ୍ଷ ଡ଼. ପୂର୍ଣଚନ୍ଦ୍ର ତ୍ରିପାଠୀ, ଅଧ୍ୟାପକ ଡ଼. ରବିନ୍ଦ୍ରନାଥ ଦାସ, ଅଧକ୍ଷ ଡ଼. ସୁଜିତ କୁମାର ପଣ୍ଡା ଯୋଗଦେଇ ଘୁମୁସରର ସାହିତ୍ୟ, କଳା, ସଂସ୍କୃତି ଉପରେ ମତବ୍ୟକ୍ତ କରିଥିଲେ l ଡ଼. ଶ୍ୟାମା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଦାମୋଦର ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ l ପ୍ରତିଷ୍ଠାନର ସମସ୍ତ କର୍ମକର୍ତା, ସଭ୍ୟ, ସଭ୍ୟା ସହଯୋଗ ସହ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ରେ ଅଂଚଳର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ଲେଖକ, ଶିକ୍ଷାବିତ ଯୋଗଦେଇଥିଲେ l ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩୦/୫/୨୦୨୫---୧୧,୩୫ Sakhigopal News,30/5/2025

Blog Archive

Popular Posts