ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ଶେଷ
ସାକ୍ଷୀଗୋପାଳ ---- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମରେ ପ୍ରତିଷ୍ଠା କରାଯାଇ ଥିବା ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସତ୍ୟବାଦୀ ମନ୍ଦିରସିଂହଦ୍ୱାର ନିକଟରେ ଗୁରୁବାର ଅପରାହ୍ନରେ ପାଳନ କରାଯିବ । ଏଥିରେ ପୁରୀ ଜିଲ୍ଲାର ବିଜୁ ଜନତା ଦଳର ସଭାପତି ମହେଶ୍ୱର ମହାନ୍ତି, ସାଂସଦ ପିନାକୀ ମିଶ୍ର ଓ ସତ୍ୟବାଦୀର ବିଧାୟକ ଉମାକାନ୍ତ ସମାନ୍ତରାୟ ଯୋଗଦେବେ ବୋଲି ବ୍ଳକ ବିଜୁ ଜନତା ଦଳରୁ ସଭାପତି ପ୍ରମୋଦ ରାଉତରାୟ ଜଣାଇଛନ୍ତି । ଏଣୁ ସମସ୍ତ ବିଜୁ ଜନତା ଦଳର କର୍ମୀ ଓ ବିଜୁ ଜନତା ଦଳକୁ ଭଲ ପାଉଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପ୍ରତିଷ୍ଠା ଦିବସରେ ଯୋଗଦାନ କରିବାକୁ ଶ୍ରୀ ରାଉତରାୟ ନିବଦେନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
![]() |
Sakhigopal |