Breaking News

ଅଠେଇଶ ଗ୍ରାମ ଓ ସତ୍ୟବାଦୀ ବ୍ଳକରେ ମହିଳା ଗୋଷ୍ଠୀ ମାନଙ୍କର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ


 D Senapati
Sakhigopal 
ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକରଶ୍ରୀ ଶ୍ରୀ ସିଦ୍ଧ ବଳରାମ ଦେବ ମିଳତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବ୍ଳକ ପରିସର ଓ ଅଠେଇଶ ଗ୍ରାମ୍ୟ ରାସ୍ତା ଓ ବଳରାମ ପୀଠ ସଫେଇ କରିଥିଲେ  । ଉକ୍ତ ଗୋଷ୍ଠୀର ସଭାନେତ୍ରୀ ଭାବେ ସତ୍ୟଭାମା ବେହେରା, ସମ୍ପାଦିକା ସୁକାନ୍ତି ପ୍ରଧାନ ଓ ସୁକାନ୍ତି ବାରିକଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ୨୦୧୯ ବର୍ଷକୁ ବିଦାୟ ଦେଇ ନୁତନ  ୨୦୨୦ ବର୍ଷରେ ନୁତନ କାର୍ଯ୍ୟ କରିବା ପାଇଁ ମହିଳା ଗୋଷ୍ଠୀ ମାନଙ୍କୁ ଏକାଠି କରିଥିବା ତଥା କାର୍ଯ୍ୟକ୍ରମର ଏହି କାର୍ଯ୍ୟକ୍ରମକୁ ଆୟୋଜକ ଥିଲେ  ଗ୍ରାମ୍ୟ କୃଷି ବିକାଶ ପରିଷଦ କୋଷାଧ୍ୟକ୍ଷା ସଂଜୁକ୍ତା ପାହାନ୍ତାସିଂ । ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶ ଓ ଦୁଗଲ ପଞ୍ଚାୟତର ପ୍ରକାଶ ଖଟେଇ  ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  । ଏହି କାର୍ଯ୍ୟକ୍ରମର ୧୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସଫେଇ କରିବା ସହ ସ୍ୱଚ୍ଛ ଭାରତ ସବୁଜ ଭାରତ, ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଆଦି ସ୍କେଗାନ ଦେଇ ସଫେଇ କରିଥିଲେ  ।   ଏହି ଅବସରରେ ଅଠେଇଶ ଗ୍ରାମରେ ଥିବା ବଳରାମପୀଠରେ ଏକ ସଭାର ଆୟୋଜନ କରାଯାଇଥିଲା  । ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଜରଣ ଦାଶ, ସ୍ଥାନୀୟ ସରପଞ୍ଚ ପ୍ରକାଶ ଖଟେଇ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପାଇଁ ଥିବା ସୁବିଧା ସମ୍ପର୍କେ  ମତ ରଖିଥଲେ  । ବିଜେଡି ସରକାରଙ୍କ ସମୟରେ ମହିଳା ମାନଙ୍କୁ ଆଗକୁ ଆଣିଥିବା ସରକାର ହେଉଛି ବିଜେଡି ସରକାର ବୋଲି ଜିଲ୍ଲା ପରିଷଦସଭ୍ୟ ମାନେ କହିଥିଲେ  । ଏଥିରେ ଗ୍ରାମ୍ୟ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂ ସଭା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷା ସଂଜୁକ୍ତା ପାହାନ୍ତାସିଂ ଧନ୍ୟବାଦ ଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts