 |
baragarh |
ବରଗଡ଼ ---- ଶିକ୍ଷା ଓ ସ୍ବଚ୍ଛତା ସଚେତନତା ପାଇଁ ସାଇକେଲ ଶୋଭାଯାତ୍ରା ବରଗଡ଼ ଜିଲ୍ଲା ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ମା ମିଲସରିଏନ ଯୁବକ ସଂଘ ଓ ଅତାବିରା କୋଶଳ ଆନ୍ଦ୍ର ୱେଲଫେଆର ଏସୋସିଏସନ ଛାତ୍ର ଓ ଶିକ୍ଷକ ମାନେ କରତାଳି ସହ ସୁସ୍ୱାଗତ କରିଥିଲେ । ଏହି ମା ମିଲସରିଏନ ଯୁବକ ସଂଘ ସଚେତନତା ସଂଘ ସମ୍ବଲପୁରରୁ ବାହାରି ଆନନ୍ଦ କଲ୍ୟାଣ ମଣ୍ଡପରେ ପହଁଞ୍ଚିଥିଲେ। ଏହି ସଭାରେ ମଞ୍ଚାସିନ ଭାବରେ ବେଣୁଧର ମିଶ୍ର,ମନବୋଧ ମାଝି,ସଚିଦାନନ୍ଦ ମିଶ୍ର,ଉନ୍ନିକ୍ରିଷ୍ଣା ନାୟର,ଏମ ବାଳ କ୍ରିଷ୍ଣା,କେ କେ ସ୍ୱାମୀ,ମଣ୍ଟୁ ମିଶ୍ର,ପି କେନେୱା ଓ ଏସ୍ କ୍ୱାୱା ଉପସ୍ଥିତ ଥିଲେ । ସୂଚନା ଅନୁସାରେ ୨୭ ରୁ ଆରମ୍ଭ କରି ତା.୨୯ ପଯ୍ୟନ୍ତ ସାଇକେଲ ଶୋଭାଯାତ୍ରା କାଯ୍ୟକ୍ରମ ରହିଛି । ଏହି ସଭାରେ ଥିବା ଲରାସରା ଉଚ୍ଚ ବିଦ୍ୟାଳୟକୁ ମା ମିଲସରିଏନ ଯୁବକ ସଂଘ ପକ୍ଷରୁ ଏକ କମ୍ପୁଟର ପ୍ରଦାନ କରାଯାଇଥିଲା।ଏହିପରି ବିଦ୍ୟାଳୟ ମାନଙ୍କରେ ଲାପଟପ, କମ୍ପୁଟର, ବହି, ଖାତା ଓ ଉପଯୁକ୍ତ ସାହାଯ୍ୟ ମଧ୍ୟ ଯୋଗେଇ ଦିଆଯାଇଛି। ଏହି ସାଇକେଲ ଶୋଭାଯାତ୍ରା ରେ ମୂଳ ଉଦ୍ଧେଶ୍ୟ ଅବହେଳିତ ଶିକ୍ଷା ଅନୁଷ୍ଠାନ ମାନଙ୍କର ଉନ୍ନତି କରିବା । ପ୍ରଥମରୁ ଏହି ସଂଘଟି ରକ୍ତଦାନ ଶିବିର ଆୟୋଜନ କରିଥିଲେ ଏବଂ ସେଠାରେ ସେମାନେ ସଫଳତା ପାଇଛନ୍ତି। ସେମାନେ ପ୍ରେରଣା ପାଇଁ ଆଉ ଅନେକ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ପ୍ରାୟତଃ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଉନ୍ନତ ମାନର କୋଚିଙ୍ଗ ନେଇ ପାରୁନାହାନ୍ତି। ତାଙ୍କ ପାଖରେ ଅର୍ଥର ଅଭାବ । ଏକ ସର୍ଭେ କରାଯାଇ ହୀରାକୁଦ ଅଞ୍ଚଳରେ ଯେଉଁ ଗରିବ ପିଲା ମାନେ ରହୁଛନ୍ତି ସେମାନଙ୍କୁ ନିସ୍ୱାର୍ଥ ପର ଭାବେ ଉନ୍ନତ ମାନର ଶିକ୍ଷା ଦିଆଯାଉଛି । କିଛି ପଇସା ନ ଆଣି ପିଲା ମାନଙ୍କୁ ପାଠ ପଢାଉଛନ୍ତି। ଏହି ସଂଘ ଗ୍ରାମାଞ୍ଚଳ ଗୁଡିକରେ କେମିତି ଶିକ୍ଷାର ପ୍ରଚାର ପ୍ରସାର ହେବ।ତା' ପରେ ପରିବେଶ କେମିତି ସ୍ୱଚ୍ଛ ନିର୍ମଳ ରହିବ ସେଥି ପାଇଁ ଅନେକେ ଗୁଡିଏ କାର୍ଯ୍ୟ ହାତକୁ ନେଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ