Breaking News

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଟ୍ରକ ଡ୍ରାଇଭର


 N das S agrawala
Baragarh 
 ବରଗଡ଼--- ବରଗଡ଼ ଜିଲ୍ଲା ୫୩ନଂ ଜାତୀୟ ରାଜପଥ ଅତାବିରା ଅନ୍ତର୍ଗତ ଲାଦେର ପାଲି ଛକ ଠାରେ ବିଳମ୍ବ ରାତ୍ରିରେ ରାଉରକେଲାରୁ ମହରାଷ୍ଟ୍ରକୁ ୩୯ଟନ ଆଇରନ ବୋଝେଇ ୨୨ଚକିଆ ଟ୍ରକ ସିଜି ୦୪ଏଲ ୟୁ ୯୯୨୭ ନମ୍ବର ଗାଡିଟି ଆଉ ଏକ ଅଜଣା ଟ୍ରକକୁ ପଛ ପଟୁ ଧକ୍କା ଦେବା ଫଳରେ ଟ୍ରକଟି ଚୁରମାର ହୋଇଯାଇଛି । ଡ୍ରାଇଭର ଶକ୍ତି କୁମାର ସମ୍ୟକ ଆହତ ହେଇଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଘଟଣା ସ୍ଥଳରେ ଅତାବିରା ପୋଲିସ ପହଞ୍ଚିଥିଲେ ସୁଦ୍ଧା ୧୨ଘଣ୍ଟା ବିତିଯାଇଥିଲେ ମଧ୍ୟ ଗାଡିଟିକୁ ମଝି ରାସ୍ତାରୁ ହଟାଇ ନପାରିବାରୁ ପାଖରେ ଥିବା ସ୍କୁଲ ଛାତ୍ରଛାତ୍ରୀ ତଥା ଛକଟି ଚାରିଥାକିଆ ହେଇଥିବାବେଳେ ଯିବାଆସିବାରେ ବାଧାପ୍ରାପ୍ତ ଦେଖାଦେଇଛି। ଯାହାକି ଦୁର୍ଘଟଣା ଟ୍ରକଟି ମଝି ରାସ୍ତା ଉପରେ ପଡିରହିଥିବା ଯୋଗୁଁ ଲୋକେ ରାଜରାସ୍ତାର ଗୋଟେ ପଟରୁ ଅନ୍ୟ ପଟ ଓ ଅନ୍ୟ ପଟରୁ ଏପଟ କୁ ଯିବାକୁ ହେଲେ ଭୟର ଶିକାର ହେଇଛନ୍ତି। ପୁଣି ଆଉ ଏକ ଘଟଣା ନ ଘଟୁ ବୋଲି ଅଞ୍ଚଳବାସୀଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏଣୁ ଜାତୀୟ ରାଜପଥ ବିଭାଗ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଜାତୀୟ ରାଜପଥ ମଝିରେ ପଡିରହିଥିବା ଦୁର୍ଘଟଣା ଗ୍ରସ୍ତ ଟ୍ରକ ହଟାଇବା ପାଇଁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ୱଦୀପ ଅଗ୍ରୱାଲଙ୍କ ରିପୋର୍ଟ

Blog Archive

Popular Posts