ମାଷ୍ଟର ମାଣିଆଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ; ଫାଇନାଲରେ ୟୁନାଇଟେଡ କ୍ଳବ ଗଣ୍ଡରପୁର
ଡେଲାଙ୍ଗ --- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗଡ ରେଙ୍ଗଲର ବାରାହୀ ମିନି ଷ୍ଠାଡିୟମ ପରିସରରେ ୩୧ ତମ ମାଷ୍ଟର ମାଣିଆଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ୱତୀୟ ସେମିଫାଇନାଲ ଦିବସ । ୟୁନାଇଟେଡ କ୍ଳବ ଗଣ୍ଡରପୁର, କଟକ ବନାମ ଗୋଲଡେନ କ୍ଳବ ଅରଗୁଳ ଦଳ ମଧ୍ୟରେ ପ୍ରତିଯୋଗିତା ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୟୁନାଇଟେଡ କ୍ଳବ ଗଣ୍ଡରପୁର ( ୩-୧)ଗୋଲ ରେ ଗୋଲଡେନ କ୍ଳବ ଅରଗୁଳକୁ ପରାସ୍ତ କରି ପାଇନାଲକୁ ପ୍ରବେଶ କରିଛି ବୋଲି ଅନୁଷ୍ଠାନର ସଭାପତି ବିରଞ୍ଚି ନାରାୟଣ ସାମନ୍ତସିଂହାରଙ୍କ ଠାରୁ ସୁଚନା ମିଳିଛି । ଖେଳ ପରିଚାଳନା କରିଥିଲେ ପ୍ରଫୁଲ ବେହେରା ଲାଇନ୍ସମ୍ୟାନ ସୌମ୍ୟ ପଟ୍ଟନାୟକ ଓ ଆଶୋକ ସ୍ୱାଇଁ ରହିଥିଲେ । ହରିବନ୍ଦୁ ସ୍ୱାଇଁ, ରମେଶ ସ୍ୱାଇଁ, କିଶୋର ପଟ୍ଟନାୟକ, କୃଷ୍ଣ ସାହୁ, ନାରାୟଣ ବେହେରା, ସୁଶାନ୍ତ ପାଟ୍ଟଯୋଶୀ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ଫାଇନାଲ ମ୍ୟାଚ ୟୁନାଇଟେଡ କ୍ଳବ ଗଣ୍ଡରପୁର, କଟକ ବନାମ ବଜରଙ୍ଗି କ୍ଳବ ଘାଟିକିଆ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଜଳନ୍ଧର ବେହେରାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ