Breaking News

ହରିରାଜପୁର ପଞ୍ଚାୟତ ପିମିୟର ଲିଗ କ୍ରିକେଟ ମ୍ୟାଚ; ଚମ୍ପିୟାନ ରନିଙ୍ଗ ରିବଲେସ କ୍ରିକେଟ କ୍ଳବ

ଡେଲାଙ୍ଗ  ---- ଡେଲାଙ୍ଗ ବ୍ଳକର ହରିରାଜପୁର ସୋମନାଥ ସ୍ପୋଟିଙ୍ଗ କ୍ଳବ ଆନୁକୂଲ୍ୟରେ ୫ମ ବାର୍ଷିକ କ୍ରିକେଟ ମ୍ୟାଚ ସୋମବାର ସୋମନାଥ ସ୍ପୋଟିଙ୍ଗ ପଡିଆରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ ମହାବୀର ଫାଇଟର ବନାମ ରନିଙ୍ଗ ରିଲେଟର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ପ୍ରଥମେ ରନିଙ୍ଗ ରିବେଲସ ଦଳ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୫୧ ରନ କରିଥିବଲେ  । ବିଜୟ ଲକ୍ଷ୍ୟ ନେଇ ମହାବୀର କ୍ରିକେଟ କ୍ଳବ ପଡିଆକୁ ଓହ୍ଳାଇଥିଲା ୧୯.୧ ବଲରେ ସମସ୍ତ ଉଇକେଟ ହରାଇ ୧୪୪ ରନ କରିଥିଲେ  । ୭ରନରେ ରନିଙ୍ଗ କ୍ରିକେଟ ଦଳ ବିଜୟୀ ହୋଇଥିଲେ  । ରମେଶ ମହାରଥୀ ଓ ପ୍ରସନ୍ନ ପାତ୍ର ଖେଳ ପରିଚାଳନା କରିଥିଲେ  । ପୁରଷ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରଦୀପ ମହରଥୀ, ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପିପିଲି ବ୍ଳକର ଆତ୍ମାର ସଭାପତି ଧରିଣୀ ଧର ସାହୁ, ଜିଲ୍ଲାପରିଷଦସଭ୍ୟ ମଳୟ କୁମାର ମହାନ୍ତି, ଆଇନଜୀବୀ ପ୍ରସନ୍ନ ଚମ୍ପତି, ଭୁବନେଶ୍ୱର ଏକ୍ରାମ ନଗରର ବିଜେଡି ଯୁବନେତା ପ୍ରଳୟ ପଟ୍ଟନାୟକ ଓ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ , ପ୍ରସନ୍ନ ମହାରଥୀ, ଯୋଗଦେଇଥିଲେ  । ଏହି ଅବସରରେ ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ ସଭାପତିତ୍ୱ କରିଥିଲେ  । ଚମ୍ପିୟାନ ଦଳକୁ ୫୦ ହଜାରଟଙ୍କାର ଚେକ ସହିତ ସିଲଡ ଓ ରନସ ଅଫ ଦଳକୁ ୩୦ ହଜାର ଟଙ୍କା ଓ କପ ଅତିଥି ମାନେ ପ୍ରଦାନ କରିଥିଲେ  । ତୁତୀୟ ଦଳ ଭାବେ ସେମାନାଥ ଫାଇଟର ଦଳକୁ ୨୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା  । ମ୍ୟାନ ଅଫଦି ମ୍ୟାଚ ଫକୀର ମୋହନ ପାତ୍ର ( ସାନୁ),ମ୍ୟାନ ଅଫ ଦି ସରିଜି ନିରୋଜ କୁମାର ରାଉତ ( ଚିକୁ) ,  ଅନୀଲ କୁମାର ସ୍ୱାଇଁ ୧୪ଟି ଉଇକେଟ ନେଇଥିବାରୁ ବେଷ୍ଟ ଉଇକେଟ ଭାବେ ଘୋଷଣା କରାଯାଇଥିଲା  । ବେଷ୍ଟ ଛକା ମାରି ଥିବା ନିରଞ୍ଜନ ସେନାପତି ( ନିପୁ)ଙ୍କୁ ଅତିଥିମାନେ ସମ୍ମାନୀତ କରିଥିଲେ  । ସୋମନାଥ ସ୍ପୋଟିଙ୍ଗ କ୍ଳବର ସଭାପତି ବବୁ ପ୍ରଧାନ ଓ ସମ୍ପାଦକ ରତ୍ନାକର ସାହୁଙ୍କ ସହିତ ସମସ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ  । ସମସ୍ତ ଆୟୋଜକ ହର ପ୍ରସାଦ ଚମ୍ପତ୍ତି ( କାଳୁ)  । ଶେଷରେ ମନ୍ତ୍ରୀ ଓ ବିଧାୟକ ଶ୍ରୀ ମହାରଥୀ ତୁରନ୍ତ ଏହି ପଡିଆରେ ଏକ ମିନିଷ୍ଟାଡିୟମ କରାଯିବା ପାଇଁ ମନ୍ତ୍ରୀ ଘୋଷଣା କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
 D Senapati
Delang

Blog Archive

Popular Posts