Breaking News

ଶଗଡଭଙ୍ଗା ବେତରଜଙ୍ଗ ସେବା ସମବାୟ ସମିତିରେ ଖୋଲିଲା ଧାନ ମଣ୍ଡି

ବେଗୁନିଆ----ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡଭଙ୍ଗା ବେତରଜଙ୍ଗ ସମବାୟ ସମିତିରେ ଧାନ ମଣ୍ଡି  ଉଦଘାଟିତ ହୋଇଯାଇଛି । ଏ ନେଇ ସଭାରେ  ସେବାସମବାୟ ସମିତିର ସଭାପତି ମମତା ବେହୁରା ଅଧ୍ୟକ୍ଷତା  କରିଥିଲେ । ସଭାରେ ପ୍ରଦୀପ କୁମାର ମହାପାତ୍ର ମୁଖ୍ୟ ଅତିଥି,ସୁବାସ ଚନ୍ଦ୍ର ପରିଡା ମୁଖ୍ୟବକ୍ତା, ନନ୍ଦ କିଶୋର ବାରିକ,ପୂର୍ବତନ ସରପଂଚ ସତିଲିଲା ସ୍ୱାଇଁ ,କମିଟିର ସଭ୍ୟ  ଧ୍ରୁବ ଚରଣ ବେହେରା,ଦୁର୍ଗା ଚରଣ ମଙ୍ଗରାଜ,ସଂସାରୀ ସାମନ୍ତରାୟ  ଓ ପ୍ରଫୁଲ ବାରିକ ପ୍ରମୁଖ ସମ୍ମାନିତ ଅତିଥିଭାବେ  ଯୋଗ ଦେଇଥିଲେ । ସମ୍ପାଦକ ଦିଲ୍ଲୀପ କୁମାର ସାହୁ ଅତିଥିର ମାନଙ୍କ ପରିଚୟ ପ୍ରଧାନ କରିଥିଲେ । ପ୍ରତି ସପ୍ତାହର ମଙ୍ଗଳବାର ଦିନ ଏକ ହଜାର କ୍ୱିଂଟାଲ ଧାନ କ୍ରୟ ହେବାରସରକାରୀ ସ୍ତରରେ ଧାର୍ଯ୍ୟ ହୋଇଛି । ଶେଷରେ ବିନୋଦ ବିହାରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ହଜ ପଂଚାୟତ ଅନ୍ତର୍ଗତ ନିଧିପୁରସ୍ଥିତ ମା ଜାଗେଶ୍ୱରୀ ସେବା ସମବାୟ ସମିତି  ଧାନ ମଣ୍ଡି ଉଦଘାଟିତ ହୋଇଥିବାର ଜଣାଡିଛି ।   ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts