Breaking News

ପୁରାତନ ଛାତ୍ର ସଂସଦର ମହାମିଳନ

 D Behera
Bari 
ବରୀ----- - ବରୀ ଅଞ୍ଚଳର ସର୍ବ ପୂରାତନ କୃପାସିନ୍ଧୁ ବିଦ୍ୟାଭବନରେ ରବିବାର ୧୯୮୮ ମସିହାର ପୂରାତନ ଛାତ୍ର ସଂସଦର ମହାମିଳନ ମମତାର ମହୋଦଧି ମୈତ୍ରୀ ଅନୁଷ୍ଠିତ ହୋଇଯାଇଛି । ଏହି ମହା ମିଳନ ପ୍ରଥମ ଅଧିବେଶନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ମଲ୍ଲିକ ସଭାପତିତ୍ୱ କରିଥିଲେ  ।  ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ  ପଞ୍ଚାନନ କର , ଅଦୈତ୍ୟ ବଲ୍ଲଭ ଜେନା ଯୋଗ ଦେଇଥିଲେ । ଏହି ଅବସରରେ ପୂରାତନ ଛାତ୍ରଛାତ୍ରୀ ଗୁରୁ ପୂଜା, ଗୁର ବନ୍ଦନା କରି ସମ୍ବଦ୍ଧିତ କରିଥିଲେ । ଏଥିରେ କୃପାସିନ୍ଧୁ ବିଦ୍ୟାଭବନର ୨୪ ବ୍ୟାଚ୍  ୧୯ ଟି ପଞ୍ଚାୟତର ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ । ସୁମନ୍ତ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ସେହିପରି ଦ୍ୱିତୀୟ ଅଧିବେଶନରେ ବିଦ୍ୟାଳୟର ପୂରାତନ ଛାତ୍ର ବୃନ୍ଦାବନ ସାମଲ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ଃ- ରାଜ କିଶୋର ପଣ୍ଡା, ମୁଖ୍ୟବକ୍ତା ସନ୍ଥନ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଦାଶ ,ସମ୍ମାନୀୟ ଅତିଥିଭାବେ ନୀଳମଣୀ ସାମଲ ,ଅଙ୍ଗାଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଗନ ବିହାରୀ ଧଳ,ବିଷ୍ଣୁ ଚରଣ ମହାନ୍ତି ଯୋଗ ଦେଇ ଥିଲେ । ଶିକ୍ଷାର ଗୈରୀକରଣ ପାରମ୍ପରିକ ଶିକ୍ଷା ବ୍ୟବସ୍ଥାର ପଥରୋଦ୍ଧ କରୁଛିକି? ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।  ଶେଷରେ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ଜେନା ଧନ୍ୟବାଦ୍ ଦେଇଥିଲେ ।  ପୂରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂଣ୍ଣିମା ଜେନା,ସବ୍ୟସାଚୀ ବେହୁରିଆ ,ସୁମନ୍ତ କୁମାର ପଣ୍ଡା,ଦୀନବନ୍ଧୁ ଜେନା,ବନ୍ଦନା ପଟ୍ଟନାୟକ,ଦଶରଥ ବେହେରା,ବିଦ୍ୟାଧର ବେହେରା,ମହେଶ୍ୱର ଦାସ,ତପନ କୁମାର ସାହୁ,କିଶୋର  କୁମାର ସାମଲ, ବିରୁପାକ୍ଷ ଦ୍ୱିବେଦୀ,ନିରଂଜନ ବେହେରା,ସଂଯୁକ୍ତା ସାମଲ,ଜୟନ୍ତ ସାମଲ,ସତ୍ୟବ୍ରତ ସାମଲ,ଦିଲିପ କୁମାର ବେହେରା,ଅଭିମନ୍ୟୁ ସାହୁ,ସଂଜୁଲତା ଜେନା, ରାଖିରାଣି ଦାସ,ପ୍ରେମାନନ୍ଦ ସାହୁ,ପ୍ରେମୀ ବେହେରା,ତୁଷାରକାନ୍ତ ସାମଲ,ନିରଜଂନ ବେହେରା  କେଦାର ମଲ୍ଲିକ,ମାନସ ରଂଜନ ଜେନା ,ଶୁଶିଲ କୁମାର ଦାଶ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts