Breaking News

ବରଗଡ଼ ଜିଲ୍ଲାରେ ଧାନର ଅଭାବୀ ବିକ୍ରି ସମସ୍ୟା ଦୂର ହେବ କେବେ


 N Das
Baragarh 
 ବରଗଡ଼   ----- ଧାନର ଅଭାବୀ ବିକ୍ରିକୁ ନେଇ ଚାଷୀ ଆଖିରେ ଲୁହ । ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର ବସ୍ତା ଧାନ। ଶୀତ କାକରରେ ଜଗି ବସିଛି ଚାଷୀ । ବରଗଡ଼ ଜିଲ୍ଲା କୃଷି ତଥା ଆଦିବାସୀ ଜନବହୁଳ ଅଞ୍ଚଳଭାବେ ହୋଇଥିବାବେଳେ ଓଡ଼ିଶାର ଭାତହାଣ୍ଡି ରୂପେ ବେଶ ପରିଚିତ।ହେଲେ ଧାନର ଅଭାବୀ ବିକ୍ରିକୁ ନେଇ ଚାଷୀ ଏବେ ଚିନ୍ତାରେ ।କେତେବେଳେ ସରକାରୀ କଳର ଶୋଷଣର ଶିକାର ତ ଆଉ କେତେବେଳେ ଦୈବିଦୁର୍ବିପାକର ଶିକାର । କୌଣସି ଥିରେ ଚାଷୀର ନିସ୍ତାର ନାହିଁ। ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ହାଡ଼ଭଙ୍ଗା ପରିଶ୍ରମ କରି ଅମଳ କରିଥିବା ଧାନକୁ  ବିକ୍ରି କରିବା ପାଇଁ ଟୋକନ ଓ ଆଇସ୍କାନ ବ୍ୟବସ୍ଥାରେ ଛନ୍ଦିହେଇ ପଡିଛି ଚାଷୀ। ନିଜ ହକ ପାଇଁ ଆନ୍ଦୋଳନାତ୍ମ କ ପନ୍ଥା ଅବଲମ୍ବନ କରି ରାଜରାସ୍ତାକୁ ଓଲ୍ହାଇଥିଲା। ଯାହା ଆନ୍ଦୋଳନରେ ସ୍ୱାର୍ଥବାଦୀ କିଛି କୁଜି ନେତା ତଥା ନେତା ମନ୍ତ୍ରୀଙ୍କ ଲଳିପପ ରେ ଆନ୍ଦୋଳନରୁ ଉଠିଯାଇ ଆଜି ଦଲାଲ ଓ ମଣ୍ଡି ମିଲରଙ୍କ ଶୋଷଣର ଶିକାର ହେଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରନ୍ତି। ସେହିପରି ହୀରାକୁଦ ଜଳ ସେଚିତ ତଥା ଏହି କୃଷି ବହୁଳ ଅଞ୍ଚଳର ଚାଷ ତଥା ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୁଚାରୁ ଭାବେ କିଭଳି ଚାଷୀ ତାର ଅମଳ କରିଥିବା ଧାନକୁ ବିକ୍ରି କରିପାରିବ ସେ ନେଇ ଅନେକ ପ୍ରକ୍ରିୟାମାନ କରି ବାଃ ବାଃ ନେଉଥିବାବେଳେ ଏଠି କିନ୍ତୁ ତାହା ଓଲଟା। ଅମଳ କରିଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ କଭର ସେଟ ତିଆରି କରିଛନ୍ତି ହେଲେ ସେଠିକି ରାସ୍ତା ନାହିଁ ଯଦ୍ୱାରା ଏବେବି ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡିରହିଛି। ଚୋରିକୁ ରୋକିବା ପାଇଁ ସିସି କ୍ୟାମେରା ତଥା ସରକାରୀ ମୁଣ୍ଡ ରାତିଦିନ ଜଗିଛି ସତ ହେଲେ କେଉଁଠି ଲାଗିଛି ତ ଆଉ କେଉଁଠି ଅଚଳ ହୋଇଯାଇଛି।ତେବେ ଏହି ସରକାରୀ ମୁଣ୍ଡ କାହାପାଇଁ ବୋଲି ଲୋକେ କହୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ବରଗଡ଼ ଆରଏମ ସି ଅଧୀନରେ ୫୩ରାଜରାସ୍ତା କଡ଼ ତଥା ବରଗଡ଼-ସମ୍ବଲପୁର ୱେରେ ଥିବା କଳାପାଣି ମାର୍କେଟ ୟାର୍ଡରେ ୬ ଟି ସିସି କ୍ୟାମେରା ଲାଗିଛି ହେଲେ ଗୋଟିଏ ସଚଳ ଓ ବାକି ତକ ଅଚଳ ହେଇ ମୁଁ ଦେଖୁଛି କହି ସୋଇ ପଡିଛି।ଖାଲି ସେତିକି ନୁହେଁ ଯାର ଧାନ ଅମଳ ହେଇଛି ଓ ଯିଏ ସଲାସୁତୁରା କରିପାରୁଛି ତାର ଟୋକନଆସି ଯାଉଛି । ଧାନ ମଧ୍ୟ ଉଠିଯାଉଛି।ହେଲେ ଛୋଟ ଛୋଟ ଚାଷୀ , ନିଷ୍ପଟ ଓ ସରଳ ଚାଷୀ   ଏବେ ଚକ୍ରାନ୍ତର ଶିକାର ହୋଇଛି ।  ଖୋଲା ଆକାଶ ତଳେ ଧାନକୁ ପକାଇ ଆଖିରୁ ନିଦ ହଜିଯାଇଛି ବୋଲି କହନ୍ତି।ଅନ୍ୟ ପକ୍ଷରେ ଯାର ଧାନ ଅମଳ ହେଇନଥିଲା ତାଙ୍କର ଟୋକନ ଆସିଥିଲା ଓ ଯାର ଧାନ ଅମଳ ହେଇ ମାର୍କେଟରେ ଧାନ ପଡିଛି ତାର ଟୋକନ ଏବେ ସୁଦ୍ଧା ଆସି ପାରୁନାହିଁ। ଏହିତ ହୋଉଛି ବିଜେଡି ସରକାରଙ୍କ ପାଞ୍ଚ ଟି କାର୍ଯ୍ୟକ୍ରମ । ଯାହା ଦେଖିବାକୁ ମିଳିଛି ଅବ୍ୟବସ୍ତିତ ପରିବେଶରେ ରହିଥିବା ଲହଣ୍ଡା ପରଚେଜିଙ୍ଗ ୟାର୍ଡ। ନା ଅଛି ପାଚେରି ନା ଅଛି ବିଜୁଳି । ଯାହାକି  ବିଗତ ଦିନ ମାନଙ୍କରେ ମଧ୍ଯ ଧାନ ଚୋରି ହେଇଥିବାର ନଜିର ରହିଥିବାବେଳେ  ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରନ୍ତି । ସୁଚନା ଯୋଗ୍ୟ ଯେ କିଛିଦିନ ତଳେ ଲହଣ୍ଡାର ଚାଷି ଗଜପତି ମହାକୁଡ଼,ବୃନ୍ଦାବନ ବଢ଼େଇ,ଗୁଣା ସାହୁ,ରାଜୁ ପ୍ରଧାନ,ଆନନ୍ଦ ପ୍ରଧାନଙ୍କ ମୋଟ ୧୨ପକେଟ ରୁ ଉର୍ଦ୍ଧ୍ବ ଧାନ ଚୋରି ହେଇଯାଇଥିଲା । ଆଜି ଲହଣ୍ଡା ପରଚେସିଙ୍ଗ ୟାର୍ଡରେ ଚାଷୀ ମହଲରେ ହୋ ହଲ୍ଲା ସୃଷ୍ଟି ହୋଇଥିଲା। ଗୋଟିଏ ପକ୍ଷେ ମିଲର୍ ମାନେ ପ୍ରଶାସନର ଅବହେଳା କୁ ଦାୟୀ କରିଥିବା ବେଳେ  ଅନ୍ୟପଟେ ଚାଷୀ ଅଭିଯୋଗ କରନ୍ତି ଯେ ଦିନକୁ ୧୫ଶହ କ୍ୱିଣ୍ଟାଲ ଧାନ ଉଠାଇ ସୀମିତ କରଥିବା ଯୋଗୁଁ ଧାନ ଗୁଡିକ  ମାର୍କେଟ ମାନଙ୍କରେ ପଡ଼ି ରହୁଛି। ଯଦି ସରକାର ଏଠାରୁ ଅଧିକରୁ ଅଧିକ ଧାନ ଉଠେଇବାର ନିର୍ଦେଶ ଦିଅନ୍ତେ ତେବେ କେବେ ଠୁଁ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଉଠିଯାଇଥାନ୍ତା ବୋଲି ଚାଷୀ ସଂଗଠନ ମାନେ କହନ୍ତି। ଏବେ ଯେଉଁ ଛୋଟିଆ ଚାଷୀ ମାନଙ୍କ ଧାନ ଖୋଲା ଆକାଶ ତଳେ ପଡିରହିଛି ସେଥିପାଇଁ ମାର୍କେଟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ଦାୟୀ । କାରଣ ପର୍ଯାୟ କ୍ରମେ ଧାନ ନ  ଉଠାଇ ସଲସୁତୁରାରେ ଧାନ ଉଠୁଥିବା ଯୋଗୁଁ ଚାଷୀ ମନରେ ଅସନ୍ତୋଷ ପ୍ରକାଶ ପାଉଛି।ସେହିପରି ଲହଣ୍ଡାର ଚାଷୀ ହରିହର ପ୍ରଧାନ ମାର୍କେଟରେ ଅଭିଯୋଗ କରିଛନ୍ତି ଯେ ସରକାରୀ ନିୟମ ମୁତାବକ ଧାନ ନଉଠିବା ଯୋଗୁଁ କ୍ଷୋଭ ପ୍ରକାଶ କରିଛନ୍ତି।ଅନ୍ୟ ପଟେ ଚାଷୀ ଉତ୍ତେଜିତ ହୋଇ କାହିଁକି ସିସି କ୍ୟାମେରା ଲଗାଯାଇ ନାହିଁ,କାମଚଳା ଭାବେ ରାତ୍ରି ଜଗୁଆଳି ଦିଆଯାଇଛି।ଯାହାକି ଚୋର ମାନଙ୍କ ଦୌରାତ୍ମ ବୃଦ୍ଧି ପାଇ ମାର୍କେଟ ୟାର୍ଡ ମାନଙ୍କରୁ ନିତିଦିନିଆ ଭାବେ ଧାନ ଚୋରି ହେଉଛି ବୋଲି ଚାଷୀମାନେ କହନ୍ତି।ତେବେ ଦେଖିବାକୁ ବାକି ରହିଲା ଯେ ଆଗକୁ ସେଇ ନିରୀହ ଚାଷୀ ମାନଙ୍କ ପାଇଁ ଚେଇଁ ଶୋଇଥିବା ପ୍ରଶାସନ କଣ ପଦକ୍ଷେପ ନେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts