ମଦନିଶାରେ ଗାଳିଗୁଲଜ କରି ଜେଲେ ଗଲେ ଯୁବକ
ବେଗୁନିଆ--- ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପୋଲିସ ଗୁରୁବାର ଅପରାହ୍ନରେ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଚେକିଂ କରିଫେରୁଥିବା ସମୟରେ ପେଟ୍ରୋଲ ପମ୍ପ ଆଗରେ କୁଶପଲ୍ଲା ଗ୍ରାମର ଜନି ଜାକେଶ ମହାନ୍ତି ନିଶାସକ୍ତ ଅବସ୍ଥାରେ ନିଜ ଗାଡିଟିକୁ ରଖି ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରୁଥିଲେ । ଫଳରେ ତାଙ୍କୁ ସେଠାରୁ ବାଘମାରୀ ଥାନା ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା