ଶୀତରେ ଥରୁଛି ବରୀ
ବରୀ---- ଯାଜପୁର ଜିଲ୍ଲା ବରୀ ଅଂଚଳରେ ୩/୪ ଦିନ ଧରି ହାଡଭଙ୍ଗା ଶୀତ ଲାଗି ରହିଛି । ଦିନରେ ପାଗ କୋହଲା ସାଙ୍ଗକୁ ଝିପି ଝିପି ବର୍ଷା ଶୀତ ଲହରୀକୁ ଦ୍ୱୁଗୁଣିତ କରିଦେଇଛି । ଗାଁ ଗହଳିରେ ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସୁଥିବାରୁ ଦେଖାଯାଇଛି । ସନ୍ଧ୍ୟାହେଲେ ଶୀତ ପାଇଁ ତାଟି କବାଟ ପଡିଯାଉଛି । ଏନେଇ ବରୀ ବାଲିଆପାଳ,ରାଜାତୋଟା,କଳାମାଟିଆ,ବାଲିଆ,ରତ୍ନଗିରି, ସୁଜନପୁର, ଶିବାଛକ, ଶଙ୍ଖାରୀଗଡା,ବନ୍ଧଢିଅ,ବ୍ରହ୍ମବରଦା ଆଦି ବଜାରରେ ବୋପାର ବଣିଜ ମାନ୍ଦା ପଡିଯାଇଛି । ଅଧିକାଂଶ ବେପାରୀ ଅପରାହ୍ନରୁ ଦୋକାନ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି । ୨୦୧୯ ମସିହାକୁ ବିଦାୟ ଦେବା ପାଇଁ ଶୀତୁଆ ପାଗ ପାଇଁ ଯୁବଗୋଷ୍ଠୀମାନେ ଭୋଜିଭାତ କରୁଥିବା ଦେଖିବାକୁ ମିଳିଛି । ପାଗ କୋହଲା ଯୋଗୁ ଯାନବାହାନ ଚଳାଚଳ କେତେକ ସ୍ଥାନରେ ବନ୍ଦ ରହିଛି । କେବଳ ଚା ଓ କଫି ଦୋକାନରେ ଗ୍ରାହକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ