Breaking News

୨୫ ଡିସେମ୍ବର କୋଣାର୍କ ଲୋକାରଣ୍ୟ

କୋଣାର୍କ----- ଡିସେମ୍ବର ୨୫ତାରିଖ ବୁଧବାର ବଡ଼ଦିନ ବା ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଅବସରରେ ପରିବାର ଓ ସାଙ୍ଗସାଥିଙ୍କ ଗହଣରେ ବଣଭୋଜି କରି ଖୁସି ମନାଇବା ପାଇଁ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ପର୍ଯ୍ୟଟଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି ।  ବଡଦିନର ଖୁସି ମନାଇବା ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିରରେ ଲକ୍ଷାଧିକ ପର୍ଯ୍ୟଟକଙ୍କର ଭିଡ ଦନିତମା ଲାଗିରହିଥିଲା । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକମାନେ ବଣଭୋଜି କରିବା ପାଇଁ ମା’ ଭଗବତୀଙ୍କ ପୀଠ, ଚନ୍ଦ୍ରଭାଗା, ମା’ ରାମଚଣ୍ଡୀଙ୍କ ପୀଠ, ପଞ୍ଚମୁଖୀ ହନୁମାନ ମନ୍ଦିର, ବାବା ଗରୁଡେଶ୍ୱର ମନ୍ଦିର ଓ ବାବା ବାଲିକପିଳେଶ୍ୱରଙ୍କ ପୀଠ ପରିସରରେ ଭିଡ ଜମାଇଥିଲେ । କୋଣାର୍କ-ପୁରୀ ବେଳାମାର୍ଗର ଉଭୟ ପାଶ୍ୱର୍ରେ ମା’ରାମଚଣ୍ଡୀଙ୍କ ପୀଠସ୍ଥଳିଠାରୁ ପୁରୀ ଆଡକୁ ବେଲେଶ୍ୱରପର୍ଯ୍ୟନ୍ତ ଏବଂ ବିପରୀତ ଦିଗରେ କୋଣାର୍କର ମା’ ଭଗବତୀଙ୍କ ପୀଠସ୍ଥଳୀ ପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଛୋଟବଡ ଯାତ୍ରୀବାହୀ ଗାଡି ରାସ୍ତାକଡରେ ପାର୍କିଂ କରିଥିଲା । ଫଳରେ ଏଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଲୋକେ ଦଳ ଦଳ ହୋଇ ରାମଚଣ୍ଡୀ ଓ ଭଗବତୀଙ୍କ ପୀଠସ୍ଥଳୀ ସମେତ ଅଭୟାରଣ୍ୟ ସଂଲଗ୍ନ ରାସ୍ତା କଡରେ ବଣଭୋଜିରେ ମାତିରହିଥିଲେ । ସବୁଠାରୁ ଅଧିକ ବଣଭୋଜୀ କରୁଥିବା ଦଳଙ୍କୁ  ବେଳାମାର୍ଗରେ ଦେଖିବାକୁ ମିଳିଥିଲା । ଭଣଭୋଜି ପାଇଁ ପର୍ଯ୍ୟଟକମାନେ ନିଜ ସାଥିରେ ଆଣିଥିବା ରୋଷଇ ସାମଗ୍ରୀକୁ ପ୍ରାକୃତିକ ସୁଶମାଭରା ଝାଉଁଜଙ୍ଗଲର ପରିବେଶ ମଧ୍ୟରେ ରୋଷଇ କରି ଖାଇବା ସହ କୋଣାର୍କ-ପୁରୀ ବେଳାମାର୍ଗସ୍ଥ ‘ମେରାଇ ଡ୍ରାଇଭି ଇକୋ ରିଟ୍ରିଟ-୨୦୧୯’ ଆୟୋଜିତ ଉତ୍ସବ ସ୍ଥଳ ଓ ରାମଚଣ୍ଡୀ ମୁହାଣରେ ନୌକାବିହାରର ମଜା ଉଠାଇଥିଲେ । କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଓ ଟୁରିଷ୍ଟି ପୁଲିସ ପକ୍ଷରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
କୋଣାର୍କରୁ ଅଜିତ କୁମାର ମଲିକ
 A maliki
Konark

Blog Archive

Popular Posts