 |
Sakhigopal |
ସାକ୍ଷୀଗୋପାଳ --- ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଶାନ୍ତି ପ୍ରିୟ ଅଞ୍ଚଳ ଭାବେ ଜଣାଶୁଣା । ମାତ୍ର ପ୍ରଶାସନ ର ଅବହେଳା ଯୋଗୁଁ ଶାନ୍ତି ପ୍ରିୟ ଅଞ୍ଚଳ ଏବେ ଅଶାନ୍ତ ହୋଇପଡିଛି । ସୁଚନା ଯୋଗ୍ୟ ଯେ ସାକ୍ଷୀଗୋପାଳ ଶୁକୁଳ ରାସ୍ତାର ସୁଜାତା ଫିଲିଙ୍ଗ ଷ୍ଟେସନରେ ରବିବାର ବିଳମ୍ବିତ ରାତିରେ ତିନି ଜଣ ଯୁବକ ଏକ ନାଲି ରଙ୍ଗର ଆପାଚୀ ରେ ବଟି ମାଗିଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ଟଙ୍କା ନ ଦେବାରୁ ଦୁବୃର୍ତ୍ତ ମାନେ ଆଣିଥିବା ବନ୍ଧୁକ ରୁ ଦୁଇ ଟି ଗୁଳି ଫୁଟାଇ ଥିଲେ । ସେଠାରେ ଥିବା ଟାଙ୍କିର ମାଲିକ ଜିପୁର ଗ୍ରାମର ମାଲିକ ଟୁଲୁ ରଥ ବାହାରି ପଡି ଦୁବୃର୍ତ୍ତ ମାନଙ୍କୁ ବିରୋଧ କରିବାରୁ ଦୁବୃର୍ତ୍ତ ମାନେ ତାଙ୍କ ପେଟକୁ ଗୁଳି କରିଥିଲେ । ପାଟିତୁଣ୍ଡ ଶୁଣି ଆଖପାଖ ଲୋକମାନେ ଜମା ହୋଇ ଟେକାପଥର ପକାଇବା ପରେ ଦୁବୃର୍ତ୍ତ ମାନେ ସାକ୍ଷୀଗୋପାଳ ଆଡ଼କୁ ଦ୍ରୁତ ଗତିରେ ପଳାଇଥିଲେ ବୋଲି ଦେଖାଣାକାରି ମାନେ କହନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଖୋଖା ଜବତ କରିଛନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି