ବର୍ଷର ଶେଷ ସୂର୍ୟ୍ୟୋଦୟକୁ ଦେଖିବା ପାଇଁ ଚନ୍ଦ୍ରଭାଗା କୂଳରେ ପର୍ୟ୍ୟଟକଙ୍କ ଭିଡ
![]() |
Konark |
ସେପଟେ ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଠାକୁର ଦର୍ଶନ ସହ ନୂଆବର୍ଷ ଆରମ୍ଭ କରିବା ପାଇଁ ଓଡ଼ିଆ ଲୋକଙ୍କ ଭିତରେ ବେଶ ଆଗ୍ରହ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟାପକ ବ୍ୟବସ୍ଥା କରାଯାଉଛି ।ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଆଜି ରାତିରେ ଶୀଘ୍ର ପହୁଡ଼ ପଡ଼ିବ । ଜାନୁୟାରୀ ୧ ତାରିଖ ରାତ୍ର ୧୨ଟାରେ ଦ୍ୱାର ଫିଟିବ । ସେହିପରି ମଙ୍ଗଳଆଳତୀ ୧ଟା, ରୋଷହେମ ୪ଟା, ମଇଲମ ଓ ତଡ଼ପ ଲାଗି ୪ଟା ୩୦, ଅବକାଶ ୫ଟା ୧୫, ସୂର୍ୟ୍ୟପୂଜା ୫ଟା ୪୫, ଦ୍ୱାରପାଳ ପୂଜା ୬ଟା, ବେଶଶେଷ ୬ଟା୩୦ ପାଇଁ ନୀତି ନିର୍ଘଂଟ ସ୍ଥିର ହୋଇଛି । ଅନ୍ୟପଟେ ମଧ୍ୟାହ୍ନ ଧୂପ ୧୧ଟାରୁ ୧୨ଟା୩୦ ଏବଂ ଭକ୍ତଙ୍କ ଭିଡ଼କୁ ଦୃ୍ଷ୍ଟିରେ ରଖି ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ତେବେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦେଖି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ମହାପ୍ରସାଦ ବାହାରିବାର ବ୍ୟବସ୍ଥା କରାଯାଇଛି ।
ପୁରୀ ରୁ ଜୟନ୍ତ କୁମାର ସେଠୀ