 |
Baragarh |
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ଜନ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ଅତାବିରା ନିର୍ବାଚନ ମଣ୍ତଳ ସ୍ତରୀୟ ୨୩ତମ ବିଜୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ବର୍ଗତ କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ବୀପ ପ୍ରଜ୍ଵଳନ ପରେ ସଭା କାର୍ଯ୍ୟ ଆରମ୍ଭ ହେଇଥିଲା। ସଭା ପୂର୍ବରୁ ପ୍ରାରମ୍ଭିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଏଥିରେ ଲମ୍ବୋଦର ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ପ୍ରଭାତ ଆଦିତ୍ୟ ମିଶ୍ର ଯୋଗଦେଇଥିଲେ । ବ୍ଲକ ଅଧ୍ୟକ୍ଷା ରୀତା ସାହୁ,ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳି ଭରାସାଗାର,ଏନଏସି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା,ମାରଫେଡ ଅଧ୍ୟକ୍ଷ ବିଭୁଦତ୍ତ ପ୍ରଧାନ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁଣମଣି କର୍ମୀ,ଭେଡେନ ବ୍ଲକ ସଭାପତି ହରିଶଙ୍କର ବେହେରା,ଭେଡେନ ବ୍ଲକ ଅଧ୍ୟକ୍ଷ ଡୋଳାମଣି ଖେତି,ଜିଲ୍ଲାପରିଷଦ ସଦସ୍ୟ ସୁବାସ ହୋତା,ଜିଲ୍ଲା ପରିଷଦ ସଦସ୍ୟା ମୀରା ବଘାର,ବରିଷ୍ଠ ସଭ୍ୟ କୁଳ ପ୍ରଧାନ ଓ ଉର୍କୁଳୁ ସାହୁ ପ୍ରମୁଖ ସମ୍ବାନୀତ ଅତିଥିଭାବେ ଯୋଗଦେଇ ବିଜୁ ବାବୁଙ୍କ ଜୀବନି ପାଠ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଲୋକାଭିମୁଖୀ ଯୋଜନା ଉପରେ ବିଷଦ ଆଲୋଚନା ହୋଇଥିଲା। ଆଜିର ଏହି ପ୍ରତିଷ୍ଠା ଦିବସ ଅବସରରେ ଅତାବିରା ନିର୍ବାଚନମଣ୍ଡଳୀର ଶତାଧିକ ବିଜୁକର୍ମୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଟଙ୍କଧର ଦାଶ,ଜିତେନ୍ଦ୍ର ଦାଶ, ଆଶିଷ ହୋତା ପ୍ରମୁଖ ସହଯୋଗୀ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ସ୍ୱଦୀପ ଅଗ୍ରୱାଲଙ୍କ ରିପୋର୍ଟ