 |
Baragarh |
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ନୋଡାଲ ବାଳକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଏବଂ ସିଆରସିସି ମାନଙ୍କର ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଶିକ୍ଷା ଅଧିକାରୀ ରାଜରାମ ମେହେରଙ୍କ ସଭାପତିତ୍ୱ କରିଥିଲେ । ମୂଖ୍ୟ ଅତିଥିଭାବେ ଯୁଗ୍ମ ନିର୍ଦ୍ଦେଶକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କୁମାର ଯୋଶୀ ଯୋଗ ଦେଇଥିଲେ। ସମ୍ବାନୀତ ଅତିଥିଭାବେ ଜିଲ୍ଲା ବିଜ୍ଞାନ ସଂଯୋଜକ ମନୋଜ କୁମାର ସାହୁ, ଅତିରିକ୍ତ ଜିଲ୍ଲା ବିଜ୍ଞାନ ସଂଯୋଜକ ଭାର୍ଗବ ନାୟକ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜକିଶୋର ପୁଝାରୀ,ନୋଡାଲ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, ନୋଡାଲ ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଅତିଥିପରିଚୟ କରିଥିବାବେଳେ ଅତାବିରା ଶିକ୍ଷକ ସମାଜ ତରଫରୁ ଶିକ୍ଷାର ବିକାଶ ତଥା ଛାତ୍ରଛାତ୍ରୀ ମାନଙ୍କର ଉନ୍ନତି ଦିଗରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନୁଆଁ ନୁଆଁ ପଦକ୍ଷେପକୁ ସ୍ୱାଗତ କରି ମୁଖ୍ୟ ଅତିଥି ଯୁଗ୍ମ ନିର୍ଦେଶକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କୁମାର ଯୋଶୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଉପଢୌକନ ଦେଇ ନବୋନ୍ମୋଷି ଉପାଧିରେ ଭୂଷିତ କରାଯାଇଥିଲା। ଏହି ଅବସରରେ ବ୍ଲକ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସିଆରସିସି ମାନେ ଯୋଗଦେଇ ଚଳିତ ବର୍ଷ ବ୍ଲକର ୩୧ଟି ଉଚ୍ଚ ବିଦ୍ୟାଳୟର ୧୪୭୦ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଥିବାବେଳେ ସେମାନଙ୍କ ପରୀକ୍ଷାରେ ଦକ୍ଷତା ବୃଦ୍ଧି ପାଇଁ ଅନେକ ପରାମର୍ଶ ତଥା ସେମାନେ କେମିତି ପରୀକ୍ଷାରେ ଭଲ କରିବେ ଓ ସୁରୁଖୁରୁରେ କିପରି ଭାବରେ ପରୀକ୍ଷା ହେବ ସେ ବିଷୟରେ ଆଲୋଚନା ଚକ୍ର ହେଇଥିଲା। ଏଥିରେ ସହଯୋଗୀ ଭାବରେ ପ୍ରଦୀପ କୁମାର ଦାସ, ନନ୍ଦଲାଲ ବିଶ୍ୱାଳ,ନିତ୍ୟାନନ୍ଦ ପ୍ରଧାନ,ଯାଦବ ପ୍ରଧାନ, ବାଳମୁକୁନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ନୋଡାଲ ଉଚ୍ଚ ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ୱଦୀପ ଅଗ୍ରୱାଲଙ୍କ ରିପୋର୍ଟ