Breaking News

ବେଗୁନିଆରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

ବେଗୁନିଆ---- ବେଗୁନିଆ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ଖେଳପଡିଆରେ  ବିଜୁ ଜନତା ଦଳର  ୨୩ତମ  ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରବାଦ ପୁରୁଷ  ବିଜୁ ପଟ୍ଟନାୟକ ପ୍ରତିମୂର୍ତିରେ ପ୍ରଥମେ ଅତିଥିମାନେ  ମାଲ୍ୟାର୍ପଣ କରିଥିଲେ ।  ବୋଲଗଡର ପୂର୍ବତନ ଅଧ୍ୟକ୍ଷ ବାନାମ୍ବର ମାଝୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ଓଡିଶା ହାଉସିଂ ବୋର୍ଡର ଚେୟାରମ୍ୟାନ  ପ୍ରିୟଦର୍ଶୀ ମିଶ୍ର ,ବ୍ଲକ ଅଧ୍ୟକ୍ଷା ଜାନକୀ ସ୍ୱାଇଁ ପୂର୍ବତନ ସରପଂଚ ସୌରୀ ସାହୁ,ଶିକ୍ଷାବିତ୍ ଭଗବାନ ପଣ୍ଡାଙ୍କ ସମେତ ବହୁ ବେଗୁନିଆ ନିର୍ବାଚନ ମଣ୍ଡଳୀର ଜିଲ୍ଲ୍ାପରିଷଦ ସଭ୍ୟ, ସରପଞ୍ଚ ଓ ସମିତିସଭ୍ୟ ,ପୂର୍ବତନ ସରପଞ୍ଚ,ସମିତିସଭ୍ୟ ମାନେ ଅତିଥିଭାବେ ଯୋଗ ଦେଇଥିଲେ । ବହୁ ବିଳମ୍ବରେ  ସଭାକାର୍ଯ୍ୟ ଆରମ୍ଭ ହେବାଯୋଗୁଁ  ଉପସ୍ଥିତ ମହିଳାଗୋଷ୍ଠୀର ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରି ସଭାସ୍ଥଳରୁ ଉଠି ଚାଲିଯାଇଥିବାର  ଦେଖିବାକୁ ମିଳିଥିଲା । ଶେଷରେ ପୂର୍ବତନ ଉପାଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
 J panda
Beguni

Blog Archive

Popular Posts