Breaking News

ଟ୍ରକ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ବରଗଡ଼-----   ବରଗଡ଼ ଜିଲ୍ଲା ଅତାବିରା ୫୩ ନଂ ଜାତୀୟ ରାଜପଥର ଜଗନ୍ନାଥ ଷ୍ଟୋର ସମ୍ବୁଖରେ ସମ୍ବଲପୁର ପଟୁ ଓଡ଼ି ୧୭ ବି ୩୩୦୭ ହିରୋ ବାଇକରେ ମଞ୍ଜୁଶ୍ରୀ ସାହୁ ଓ ସ୍ୱାମୀ ଗଣେଶ୍ୱର ସାହୁ ବରଗଡ଼ ପଟକୁ ଯାଉଥିଲେ ।  ପଛ ପଟୁ ଏକ ଅଜଣା ଦ୍ରୁତଗାମୀ ଟ୍ରକ ଧକ୍କା ଦେଇ ପଳାଇ ଯାଇଛି । ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଗଣେଶ୍ୱର ସାହୁଙ୍କ ସ୍ତ୍ରୀ ମଞ୍ଜୁଶ୍ରୀ ସାହୁ(୪୨)ଙ୍କ ମୃତ୍ୟୁ ଘଟିଛି  । ଗଣେଶ ଗୁରୁତର ଅବସ୍ଥାରେ ଥିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ଏଠାରେ ଗଣେଶ ଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନେ ଭେଡେନ ବ୍ଲକ ଅଏଲା କଣ୍ଟା ଗ୍ରାମର ବୋଲି ଜଣା ପଡ଼ିଛି।ବିଶ୍ୱସ୍ତ ସୂତ୍ରରୁ ଜଣାପଡେ ଯେ ଗଣେସ୍ୱର ଭେଡେନ ବ୍ଲକର ବରଗାଁ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି। ସେଠାରେ କିଛି ସମୟ ପାଇଁ  ଉତେଜନା ପ୍ରକାଶ ପାଇଥିଲା ।
N das and S agrwala
Baragarh 
ଖବର ପାଇ  ଘଟଣା ସ୍ଥଳରେ ଅତାବିରା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଛି।ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ପୋଲିସ ଥାନାର ଦୂରତା  ମାତ୍ର ୨ଶହ ମିଟର ଦୂରରେ ଥାଇ ମଧ୍ୟ ବିଳମ୍ବରେ ପହଞ୍ଚି ଥିବା ଯୋଗୁଁ ସାଧାରଣ ପ୍ରଶ୍ନବାଚୀ ହୋଇଛି ଏହା କଣ ରାଜ୍ୟ ସରକାରଙ୍କ ମୋ ପୋଲିସ ନା ୫ଟି ଯୋଜନା । ଦୁର୍ଘଟଣା ଘଟାଇଥିବା ଗାଡିକୁ ଠାବ କରି ଗାଡି ଚାଳକ ଓ ମାଲିକଙ୍କ ନାମରେ ହତ୍ୟା କେସ ରୁଜୁ କରିବା ପାଇଁ ଜଣସାଧାରଣରେ ଦାବି ହୋଉଛି ।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ବଦିପ ଅଗ୍ରୱାଲ

Blog Archive

Popular Posts