ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
କୁଜଙ୍ଗ----- କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତର ସିଷ୍ଟର ଅନିରୁଦ୍ଦ ମେମୋରିଅଲ ବିଦ୍ୟାପିଠ ପରିସରରେ ୨୦୦୯ ମସିହା ବ୍ୟାଚର୍ ଛାତ୍ରଛାତ୍ରୀମାନଙ୍କ ଏକ ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବହୁ ଆଡମ୍ବରପୂର୍ଣ୍ଣ ଭାବରେ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ବହୁଦିନର ଛାତ୍ରଛାତ୍ରୀମାନେ ସାମିଲ୍ ହୋଇ ପରସ୍ପର ସହ ନିଜ ନିଜର ଭାବବିନିମୟ କରିଥିଲେ । ଏବଂ ବିଦ୍ୟାଳୟ ଜୀବନର ସ୍ମୃତିକୁ ମନେପକାଇଥିଲେ । ପ୍ରଧାନ ଶିକ୍ଷକ ପ୍ରଦିପ୍ତ କୁମାର ଆଚାର୍ଯ୍ୟ ,ଅବସର ପ୍ରାପ୍ତ ଶିକ୍ଷକ ବଳରାମ ଦାଶ,ରଂଜିତ କୁମାର ଦାଶ,ଅଜଂନ କୁମାର ରାଉତ ଙ୍କୁ ଛାତ୍ରଛାତ୍ରୀ ମାନେ ସମ୍ମାନୀତ କରିଥିଲେ । ଗୁରୁ ମାନଙ୍କ ଠାରୁ ଆର୍ଶୀବାଦ ନେଇଥିଲେ । ଏହି ବନ୍ଧୁମିଳନ ଅବସରରେ ପୁରାତନ ଛାତ୍ର ପି.ଆର ଦିପାନ୍ନିତା,ମାଧୁରି ସାହୁ,ମାମାଲି ବିଶ୍ୱାଳ,ମିନତି ଦାଶ,କଲ୍ପନା ମଲ୍ଲିକ,ଜୋସ୍ନାରାଣି ମଲ୍ଲିକ,ମାତୃଶକ୍ତି ଦଳାଇ,ପ୍ରଭାତ ସେଠୀ,ପ୍ରଦିପ ସେଠି,ପ୍ରବିର ସ୍ୱାଇଁ,ବାଇଧର ଦାଶ,ଶ୍ରୀଧର ଦାଶ,ବିକ୍ରମ ସ୍ୱାଇଁ,ସୁଧିର ରଂଜନ ବିଶ୍ୱାଳ,କାହ୍ନୁ ଜେନା,ଦିଲ୍ଲିପ ଦାଶ,ସୁଶାନ୍ତ ସ୍ୱାଇଁ,ସଂଗ୍ରାମ ପ୍ରଧାନ,ମନୋରଂଜନ ମଲ୍ଲିକ
ରାଜେଶ ପରିଡା,ଆକାଶ ଜେନା,ମୋହନ ବାରିକ,ବାବାଜି ବାରିକ,ମାନସ ମାଝି,ଆଲୋକ ଦାଶ,ଦିପକ
ସ୍ୱାଇଁ,ମିଲୁ ପ୍ରମୁଖ ଉପସ୍ଥିତ ରହି ଏହି ବନ୍ଧୁମିଳନ ପର୍ବକୁ ପରିଚାଳନାରେ ସହଯୋଗ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ରାଜେଶ ପରିଡା,ଆକାଶ ଜେନା,ମୋହନ ବାରିକ,ବାବାଜି ବାରିକ,ମାନସ ମାଝି,ଆଲୋକ ଦାଶ,ଦିପକ
ସ୍ୱାଇଁ,ମିଲୁ ପ୍ରମୁଖ ଉପସ୍ଥିତ ରହି ଏହି ବନ୍ଧୁମିଳନ ପର୍ବକୁ ପରିଚାଳନାରେ ସହଯୋଗ କରିଥିଲେ ।
![]() |
Jagatasinghpur |