 |
Jagatasingpur |
କୁଜଙ୍ଗ------ ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ସାଗବାରିଆସସ୍ଥିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମିତି ଗୃହ ବିବେକାନନନ୍ଦ କକ୍ଷ ପରିସରରେ ସାରସ୍ୱତ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ଏକାଦଶତମ ବାର୍ଷିକତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସାରସ୍ୱତ ଆସରରେ କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁଚରଣ ଦେବତା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଅବସରପ୍ରାପ୍ତ ପାରାଦ୍ୱୀପ ବନ୍ଦର ସଚିବ ପ୍ରଭାତ କୁମାର ନନ୍ଦ ଯୋଗଦେଇ ବାସ୍ତବଧର୍ମୀ ସାହିତ୍ୟ ରଚନା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଗାଳ୍ପିକ ରବି ସ୍ୱାଇଁ ତାଙ୍କ ବକ୍ତବ୍ୟରେ ପରିବେଶ ପ୍ରଦୂଷଣ ମାନବ ସଭ୍ୟତା ପାଈଁ ମୁଖ୍ୟ ବିପଦ ଭାବେ ଦେଖାଦେଇଛି । ଏହାର ନିରାକରଣ ଉପରେ ସମସ୍ତେ ଚିନ୍ତା କରିବା ଆବଶ୍ୟକତା ଅଛି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପୀତାମ୍ବର ତରାଇ ତାଙ୍କ ବକ୍ତବ୍ୟରେ ସମାଜରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା ନେଇ ଛିନ୍ତା ପ୍ରକଟ କରିଥେôଲ । ସମ୍ମାନୀତ ଅତିଥି ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଅକ୍ଷୟ କୁମାର ରାଉତ ଓ ତେଜସ୍ୱିନୀର ସଭାପତି ଅଞ୍ଜନା ସାହୁ ତାଙ୍କ ବକ୍ତବ୍ୟରେ ଏକ ସୁସ୍ଥ ସମାଜ ଗଠନରେ ସାହିତ୍ୟକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅକ୍ଷୟ କୁମାର ରାଉତ, କବି ପିତାମ୍ବର ତରାଇ, ଇଫକୋ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ ରାଉତ, ତୁଳସୀ ବରାଳ, ଅନନ୍ତ ଚରଣ ସାହୁ, ପଲ୍ଲୀ କବି ରବିନ୍ଦ୍ର କୁମାର ଦାଶ, ଧନୁଯାତ୍ରା କଳାକାର ଲଲିତ ମୋହନ ପଣ୍ଡା, ଶିକ୍ଷକ ଅମିତାଭ ମିଶ୍ର, ପରିବେଶବିତ ଇଂ ଅମରେଶ ନରେଶ ସାମନ୍ତ, ଶିକ୍ଷୟିତ୍ରୀ କାଦମ୍ବିନୀ ପରିଜା, ସୂଚନା ସହାୟକ ପ୍ରକାଶ ଚନ୍ଦ୍ର ଦାସ, ସମାଜ ସାମ୍ବାଦିକ ଶ୍ରୀକାନ୍ତ ଦାଶ, ପ୍ରାଧ୍ୟାପକ ଡଃ ଲକ୍ଷ୍ମଣ ସାହୁ ଓ ଧନୁଯାତ୍ରା କଳାକାର ସାଗରିକା ବେହେରା ପ୍ରମୁଖ ପ୍ରତିଭାଧର ବ୍ୟକ୍ତି ବିଶେଷଙ୍କୁ ସଂସଦ ତରଫରୁ ‘ସୁଶ୍ରୀ ଶୁଭଶ୍ରୀ ସମ୍ମାନ’ରେ ସମ୍ମାନିତ କର।।ଯାଇଥିଲା । ସଂସଦର ମୁଖପତ୍ର ‘ସୁଶ୍ରୀ ଶୁଭଶ୍ରୀ’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକାରି ସମ୍ପାଦକ ନଗେନ୍ଦ୍ରନାଥ ସ୍ୱାଇଁ ଅତିଥି ପରିଚୟ ପ୍ରଦ୍ାନ କରିଥିବାବେଳେ ହୃଷିକେଶ ଜେନା ଧନ୍ୟବାଦ ଦେଇଥିଲେ । ପୂର୍ବାହ୍ନରେ ଏରସମା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମାଝିଏହି ବାର୍ଷିକୋତ୍ସବକୁ ଉଦ୍ଘାଟନ କରିବା ପରେ ଉପସଭାପତି ହେମନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ପ୍ରାଧ୍ୟାପକ ଡଃ ବିମ୍ବାଧର ବେହେରା,ମୁଖ୍ୟବକ୍ତା ସନ୍ତୋଷ କୁମାର ସାମଲ, ସମ୍ମାନିତ ବକ୍ତା କବି ଡ । ଶୁଭ କୁମାର ଦାଶ, ସମ୍ମାନିତ ଅତିଥି ଦିଲ୍ଲୀ ଦୂରଦର୍ଶନର ଅବସରପ୍ରାପ୍ତ ଉପନିର୍ଦେଶକ ନିତ୍ୟାନନ୍ଦ ଜେନା, ପ୍ରଶାନ୍ତ କୁମାର ଦଲେଇ, ବାଲିଘର ସମ୍ପାଦକ କୈ÷ଳାସ ଚନ୍ଦ୍ର ସ୍ୱାଇଁ, ସୁଶ୍ରୀ ଶୁଭଶ୍ରୀର ମୁଖ୍ୟ ସମ୍ପାଦକ ଗୋଲୋକ ବିହାରୀ ପଲାଇ. ପରମାନନ୍ଦ ମିଶ୍ର, କୈଳାସ ଚନ୍ଦ୍ର ପ୍ରଧାନ ଓ ସାମ୍ବାଦିକ ସୁଶୀଲ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ସଂସଦର ସମ୍ପାଦିକା ବସନ୍ତ ମଞ୍ଜରୀ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏଇ ଅବସରରେ କବୟତ୍ରୀ ସବିତା ନାୟକ, ମହେସ୍ମିତା ଓଝା ଓ ତୁଳସୀ ବରାଳଙ୍କ ସଂଯୋଜନାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ସଂସଦର ସଭାପତି ପ୍ରେମଚରଣ ରାଉତ ବାର୍ଷିକୋତ୍ସବକୁ ପରିଚାଳନା କରିଥିବାବେଳେ ବିଭୂସିତା ଦାସ, ସଂଗ୍ରାମ କେଶରୀ ମହାପାତ୍ର, ବିପ୍ଲବ ସ୍ୱାଇଁ, ନିଳମଣୀ ମଲ୍ଲିକ, ଶ୍ୟାମସୁନ୍ଦର ବେହେରା ଓ ବୈଦ୍ୟନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର