Breaking News

>>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • ସାହିତ୍ୟାନୁଷ୍ଠାନର ଆଲୋଚନା ଚକ୍ର

    ବେଗୁନିଆ----  ବେଗୁନିଆ ସାହିତ୍ୟାନୁଷ୍ଠାନ ପକ୍ଷରୁ  ଶନିବାର ଅପରାହ୍ନରେ ନୂଆସାହି ଜଗନ୍ନାଥ ମନ୍ଦିର ସଂଲଗ୍ନ  ଆମ୍ରକାନମନ ପରିସରରେ  ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟାନୁଷ୍ଠାନର ସଭାପତି  ରାଜକିଶୋର ପାଣିଗ୍ରାହୀଙ୍କ  ଅଧ୍ୟକ୍ଷତାରେ ଆୟୋଜିତ ଏହି   ‘’ମାନବୀୟ ମୂଲ୍ୟବୋଧ ବିକାଶରେ ସାହିତ୍ୟର ବିକାଶ ‘’ଶୀର୍ଷକ  ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା  ।  ବୋଲଗଡର ପରମାନନ୍ଦ ମହାବିଦ୍ୟାଳୟର  ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱ ରଚିତ  ଆବାହନୀ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ଦିବାକର ସାହୁ  ଚଳିତ ଡିସେମ୍ବର ୩୦ ଓ ୩୧ ତାରିଖ ଦୁଇ ଦିନଧରି   ଅନୁଷ୍ଠିତ ହେଉଥିବା ଅନୁଷ୍ଠାନର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ସାରସ୍ୱତ ସମ୍ମିଳନୀର ରୂପରେଖ ସମ୍ପର୍କରେ ଉପସ୍ଥାପନ କରିବା ସହ ଏହାର ସଫଳତା ପାଇଁ ସମସ୍ତଙ୍କର  ସହଯୋଗ କାମନା କରିଥିଲେ । ସଭାରେ ଆରିକମା  ସରକାରୀ ହୋମିଓପାଥି ଚିକିତ୍ସାଳୟର ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ଓ ପୂର୍ବତନ ତହସିଲଦାର ସୁଧାକର ସାମନ୍ତରାୟ ଅତିଥିଭାବେ ଯୋଗ ଦେଇ ଯୁଗେଯୁଗେ ସାହିତ୍ୟ ମାନବୀୟ ମୂଲ୍ୟବୋଧର ବିକାଶ କରିବା ସହ ସମାଜକୁ  ଉପଯୁକ୍ତ ଦିଗ୍ଦର୍ଶନ ଦେଇ ଆସିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଉପସଭାପତି ପତିତପାବନ ବଳବନ୍ତରାୟ,କୋଷାଧ୍ୟକ୍ଷ  ଦିଲ୍ଲୀପ କୁମାର ସାହୁ, ବରିଷ୍ଠ ସଭ୍ୟ ସୁରେନ୍ଦ୍ର ସୁବୁଦ୍ଧି,କବି ନବ କିଶୋର ଦାଶ,ଜଗଦୀଶ ଚନ୍ଦ୍ର ପାତ୍ର,ଗୌର ଚରଣ ସାମନ୍ତ ସିଂହାର ,ଗଣେଶ୍ୱର ମିଶ୍ର ,ପ୍ରସନ୍ନ କୁମାର ବେହେରା,ସୋମନାଥ ସାହୁ,କାହ୍ନୁ ଚରଣ ବେହେରା,ଜୀବନାନନ୍ଦ ପାଣିଗ୍ରାହୀ,ଓମ ପ୍ରକାଶ ବାହୁବଳେନ୍ଦ୍ର,ସୂର୍ଯ୍ୟକାନ୍ତ ମହାପାତ୍ର,ଳଳିତ ମୋହନ ନାୟକ,ପ୍ରଦୀପ କୁମାର ବଳିୟାରସିଂହ,ଜଗତବନ୍ଧୁ ମହାପାତ,ବିଜୟ କୁମାର ପ୍ରଧାନ, ଓ ବସନ୍ତ କୁମାର ହୋତା ପ୍ରମୁଖ କବିତାପାଠ ଓ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଗାୟକ ହରିହର ମହାପାତ୍ର ଉଦ୍ଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ସହ ସମ୍ପାଦକ ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
      ବେଭଗୁନିଆରୁ ଯୋଗେଶ୍ୱର ପଣ୍ଡା

    Blog Archive

    Popular Posts