ବିଦ୍ୟାଳୟରେ ପୋଷାକ ବଣ୍ଟନ
ବରୀ-------ଯାଜପୁର ସଦରଥାନା ଅନ୍ତର୍ଗତ ରେକାବି ବଜାର ଉଦ୍ଧୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି । ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ନାୟକଙ୍କ ସଭା ପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ଜମଧର ପଞ୍ଚାୟତର ସରପଞ୍ଚ ଝରଣା ସେଠୀ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ବିଦ୍ୟାଳୟର ସଭାପତି ଅଭିମନ୍ୟୁ ରଣା, ଉପ- ସଭାପତି ମିର୍ଜାଅନଜାନରୁଲ ଇସଲାମ ବେଗ ଓ ବିଦ୍ୟାଳୟ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ । ଶିକ୍ଷୟତ୍ରୀ ଭାଗ୍ୟଲକ୍ଷ୍ମୀ ସାହୁ,ଶିକ୍ଷକ ମାନସ କୁମାର, ଜିନୁତ କୋଥାଳ,ଗାଜଲା ପରଉଇନ,ରଶ୍ମିରେଖା ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
![]() |
Bari |