Breaking News

ଧର୍ମ ପରାୟଣ ମହିଳାଙ୍କର ମୃତ୍ୟୁ


 D senapati
sakhigopal
ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଚଉଦଗୁଣ୍ଠ ଗ୍ରାମର ଦୁଲା ମହାପାତ୍ରଙ୍କର ବୁଧବାର ଦିନ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣ ମହିଳା ଭାବେ ଗ୍ରାମରେ ପରିଚିତ ଥିଲେ  । ଏବଂ ବିଜେଡି ଦଳର ଜଣେ ପୁରୁଖା ମହିଳା କର୍ମୀ ଭାବେ ବେଶ ପରିଚିତ ଥିଲେ  । ମୃତ୍ୟୁ ଶର୍ଯ୍ୟ ନିକଟରେ ଦୁଇପୁତ୍ର ଓ ପୁତ୍ରବଧୁ, ନାତି ନାତୁଣି ସପରିବାର ଉପସ୍ଥିତ ରହିଥିଲେ  । ଗ୍ରାମ ପରିକ୍ରମା କରାଯିବା ସହ ଗ୍ରାମ ଶଶ୍ମାସନରେ ଶେଷକୃତ୍ୟ କରାଯାଇଛି । ବଡପୁତ୍ର ସନାତନ ମହାପାତ୍ର ମୁଖାଗ୍ନି ଦେଇଥିଲେ  । ଏହି ଖବର ପାଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ପରମର୍ଶ କ୍ରମେ ତଥା ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ଓ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଶେକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts