ବର୍ଷ ସରିଯାଉଛି ସାକ୍ଷୀଗୋପାଳରେ ନିଶାଖୋରଙ୍କ ପ୍ରଭାବ. ପ୍ରଶାସନ ସ୍ଥାଣୁ ପାଲିଟିଛି
ସାକ୍ଷୀଗେ।।ପଳ ----ସତ୍ୟବାଦୀ ଥାନା ଅଞ୍ଚଳରେ ଦିନକୁ ଦିନ ନିଶାଡିଆଙ୍କ ପ୍ରଭାବ ବଡିବାରେ ଲାଗିଛି । କିଏସେ ରାସ୍ତା ଉପରେ ବକାବନା କରୁଛିତ କିଏସେ ନିଶାରେ ନିଜର ଜ୍ଞାନ ହରାଇ ବସୁଛି । ଏପରିକି ଏହି ନିଶା ସେବନ ପାଇଁ ଯୁବକ ମାନେ ସବୁକିଛି କରିବାକୁ ପଛାଉନାହାନ୍ତି । ରେଳୱ, ବସଷ୍ଠାଣ୍ଡ, ମନ୍ଦିରପାଖ, ପୋଡଙ୍ଗସାହି ଛକ, ବନପୁରଛକ, ନଡିଆ ମାର୍କେଟ, କଲେଜରୋଡ ସହିତ ବିଭିନ୍ନ ଗାଁ, ଗଣ୍ଡାରେ ଏବେ ଖୋଲାଖୋଲି ଭାବେ ନିଶା କାରବାର ଯୋରସୋର ଚାଲିଛି । ଲୋକମାନଙ୍କ ହାତ ପାହାନ୍ତାରେ ମଦ, ଗଞ୍ଜେଇ, ଭାଙ୍ଗ, ପାଉଡର ଭଳି ନିଶା ମିଳୁଛି । ସ୍ଥାନୀୟ ପ୍ରଶାସନର ସ୍ଥାଣୁତା ଯୋଗୁ ଏହି ନିଶା ବେପାରୀ ମାନେ ନିଜର କାୟା ବିସ୍ତାର କରି ଚାଳିଛନ୍ତି । ଏପରିକି ସତ୍ୟବାଦୀର ପ୍ରଥମ ଆଦର୍ଶ ଗ୍ରାମ ଓ କ୍ୟାସଲେସ ଗ୍ରାମ ଭାବରେ ପରିଚିତ ନୂଆଗାଁ । ରାସ୍ତାରେ ଝିଅ ବୋହୁ ମାନେ ସଂଧ୍ୟାହେଲେ ମଦୁଆଙ୍କ ଯୋଗୁ ଯିବାକୁ ନିଜକୁ ନିରାପଦ ମଣୁ ନାହାନ୍ତି । ସେହିପରି ମନ୍ଦିର ବାଇ ପାସ ରାସ୍ତାରେ ବିଅର ପାଲର ଯୋଗୁ ସେଠାରେ କଲେଜ ଛାତ୍ରୀ ମାନେ ଯିବା ଆସିବା କରିବା ସମୟରେ ମଦୁଆଙ୍କ ଚକ୍ଷୁରୁ ରକ୍ଷା ପାଉନାହାନ୍ତି ବୋଲି ଅଭିଯୋଗ ମାନ ହେଉଛି । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗପୟତି ନଜର ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ସୁଚନାଯୋଗ୍ୟ ଯେ ଜଣେ ଯୁବକ ମଦ ନିଶାରେ ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ଚନ୍ଦନପୋଖରୀ ପାଖରେ ରାସ୍ତା ଉପରେ ନିଶା ଅଧିକ ହେବାରୁ ସେ ତଳେ ପଡି ଯାଇଥିଲେ । ଯାହାକି ସେ ଆଉ ଉଠି ପାରିନଥିଲେ । ସ୍ଥାନୀୟ ଯୁବକ ମାନେ ତା ଗୋଡ ଉପରେ ଗାଡି ମଟର ଚଡିଯିବା ଭୟରେ ଭଙ୍ଗା ଆଜବେଷ୍ଟସ ତା ଗୋଡ ପାଖରେ ରଖିଥଲେ । ଏହିପରି ଦୃଶ୍ୟ ଅଧିକାଂଶ ସମୟରେ ସାକ୍ଷୀଗୋପାଳରେ ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷେ ସାକ୍ଷୀଗୋପାଳମନ୍ଦିରକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ତୀର୍ଥଯାତ୍ରୀ ବସ ଆସୁଛି । ଏହି ନିଶାଖୋର ଯୁବକ ମାନଙ୍କ ଯୋଗୁ ତୀର୍ଥଯାତ୍ରୀ ହଇରାଣ ହରକତ ହେଉଛନ୍ତି ବୋଲି ଅଭିଯୋଗ ମାନ ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
![]() |
Sakhigopal |