Breaking News

ଦରଜୀସାହି ମୀନା ବଜାରକୁ ପୁରିଲା ୧୧ ବର୍ଷ



 B mohapatra
Pipili
ପିପିଲି -ପିପିଲି ଏନସି ର ଦୁଇ ନମ୍ବର ୱାର୍ଡରେ ଦରଜୀସାହି ମେଳଣ ପଡ଼ିଆରେ ମୀନା ବଜାରକୁ ଏଗାର ବର୍ଷ ପୁରିଯାଇଛି । ପିପିଲି ଡେଲାଙ୍ଗ ବିଧାୟକ ପ୍ରଦୀପ ମହାରଥୀ ମୀନା ବଜାରକୁ ଉଦଘାଟନ କରିଛନ୍ତି  ।ଏହି ମୀନା ବଜାର ୧୧ଦିନ ଧରି ଚାଲିଥିବା  ବେଳେ ଏହା ୧୧ ବର୍ଷରେ ପଦାର୍ପଣ କରିଛି। ଏହି କାର୍ଯ୍ୟକ୍ରମରେ କମିଟି ସଭାପତି  ବବୁଲ ମହାପାତ୍ର ସମ୍ପାଦକ  ଦେବାଶିଷ ମହାପାତ୍ର  କୋଷାଧ୍ୟକ୍ଷ  ରାକେଶ ମହାପାତ୍ର ଙ୍କ ଟ୍ରଷ୍ଟି ସୁରେଶ  ମହାପାତ୍ର ଙ୍କ ସମେତ  ଦରଜୀସାହି ର  ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଆତ୍ମା ଅଧକ୍ଷ ଧରଣୀଧର ସାହୁ ,ଆଇନଜୀବୀ ଶ୍ରୀଧର ପ୍ରଧାନ ସହିତ ପୁର୍ବତନ ଜିଲ୍ଲା ପରିଷଦ କିଶୋର ଛୋଟରାୟ ,ପିପିଲି ଏନସି ର ପୁର୍ବତନ ଅଧ୍ୟକ୍ଷ ଏସେକେ ବାବୁ ,କାଉନସିଲର ଅଜୟ  ମହାରଣା ,ବିଧାୟକ ପ୍ରତିନିଧି ଶରତ ଚନ୍ଦ୍ର ବେହେରା ,ଏନସି ଯୁବ ବିଜେଡି  ସଭାପତି ପ୍ରଫୁଲ୍ଲ ସାହୁ ,ଗର୍ଦ୍ଧବ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।ଏଥିରେ ୧୦୦ ରୁ ଅଧିକ ଷ୍ଟଲ ପଡିଥିବା ବେଳେ ଏହି କାର୍ଯ୍ୟକ୍ରମ ୧୧ ଦିନଧରି ଚାଲିବ ବୋଲି  କମିଟି ପକ୍ଷରୁ ଘୋଷଣା କରାଯାଇଛି  ।ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିବା ବେଳେ ରାମ ଦୋଳି ଓ ଫାଷ୍ଟଫୁଡ ଦୋକାନ ରେ ଗହଳି ପରିଲକ୍ଷିତ ହୋଇଥିଲା । 
ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts