Breaking News

ଆଜି ପୌଷ ଅମାବାସ୍ୟାରେ ହେଉଛି ଖଣ୍ଡ ଗ୍ରାସ କେତୁଗ୍ରସ୍ଥ ସୂର୍ଯ୍ୟପରାଗ


 J sheti
Puri
ପୁରୀ ----  ଆଜି ପୌଷ ଅମାବାସ୍ୟାରେ ହେଉଛି ଖଣ୍ଡ ଗ୍ରାସ କେତୁଗ୍ରସ୍ଥ ସୂର୍ଯ୍ୟପରାଗ । ତେବେ ସୂର୍ଯ୍ୟ ପରାଗ ପାଇଁ (ବୁଧବାର) ରାତି ୮ଟା ୨୦ରୁ ପାକ ତ୍ୟାଗ, ଅନ୍ନ ଭୋଜନ, ଦେବନୀତି ଆଦି ନିଷେଧ ହୋଇଛି। ତେବେ ଆଜି ସକାଳ 8ଟା 20ମିନିଟ 8ସେକେଣ୍ଡରେ ପରାଗ ସ୍ପର୍ଶ ହୋଇଥିଲା । ଏହି କ୍ରମରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହୋଇଥିଲା। ଚନ୍ଦ୍ର ଗ୍ରହଣ ହେଉ ଅବା ସୂର୍ଯ୍ୟପରାଗ ସ୍ପର୍ଶ ସମୟରେ କୌଣସି ଦେବାଦେବୀ ମନ୍ଦିରରେ ଦେବନୀତି ନିଷେଧ ଥିବାବେଳେ ଶ୍ରୀମନ୍ଦିରରେ ସମସ୍ତ ଦେବନୀତି ଚାଲିଥାଏ । ଯେହେତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗ୍ରହରୂପି ଜନାର୍ଦ୍ଦନ, ତେଣୁ ତାଙ୍କର ପରାଗ କିମ୍ବା ଗ୍ରହଣ ପରେ ଦେବନୀତି ଆରମ୍ଭ ହୋଇଥାଏ । ଶ୍ରଦ୍ଧାଳୁମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ତେବେ ଆଜି ସକାଳେ  ପ୍ରଥମେ  ମହାପ୍ରଭୁଙ୍କ ପରାଗ ମହାସ୍ନାନ ପରେ , ତଡପ ଲାଗି, ମଇଲମ, ବେଶ, ମଙ୍ଗଳ ଆରତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗ୍ରହଣ ସାଦା ବେଶ, ପରେ ଗ୍ରହଣ ଭୋଗ, ମଇଲମ ବେଶ, ଗୋପାଳ ବଲ୍ଲଭ, ପହିଲି ଭୋଗ ଓ ସକାଳ ଧୂପ ନୀତି ହୋଇଛି । ପରେ ମାଜଣା ଓ ଏକାନ୍ତ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ତେବେ ଆଜିର ଦିନରେ ମହାପ୍ରଭୁ ଙ୍କ ଦର୍ଶନ ପାଇଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ଆଜି ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ରେ ବେଶ ଭିଡ଼ ହୋଇଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts