Breaking News

ଏସଆରଏମ ବିଶ୍ୱବିଦ୍ୟାଳୟରୁ ଓଡିଆ ଝିଅସ୍ୱର୍ଣ୍ଣ ପଦକ ପାଇଲେ ପଲ୍ଲବୀ

  ପିପିଲି----ଡାକ୍ତରୀ ଶିକ୍ଷାରେ ଶିଶୁ ଚିକିତ୍ସା ବିଭାଗରେ ଓଡିଆ ଝିଅ ଗୋଟିଏ ପାଦ ଆଗରେ ରଖିଛନ୍ତି । ଓଡିଆ ଝିଅ  ପଲ୍ଲବୀ  ମହାରଥୀ ନିଜର ସଫଳତା ପାଇଁ  ଚେନ୍ନାଇ ଏସଆରଏମ ବିଶ୍ୱବିଦ୍ୟାଳୟର ଶିଶୁ ବିଭାଗ ପକ୍ଷରୁ  ଆଜି ଏକ ଉତ୍ସବରେ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ପଲ୍ଲବୀ ହେଉଛନ୍ତି ଡେଲାଙ୍ଗ- ପିପିଲିର ବିଧାୟକ ପ୍ରଦୀପ ମହାରଥୀ ଓ ଅଧ୍ୟାପିକା ଡ. ପ୍ରତିଭା ମହାରଥୀଙ୍କ କନ୍ୟା  ।  ଅନୁଷ୍ଠିତ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ  ସ୍ୱର୍ଣ୍ଣ ପଦକ ପାଇଥିବା ଜଣାପଡିଛି । ଓଡିଶା ଡକ୍ତରୀ ପୁଷ୍ଠାରେ ନୂତନ ଏକ ଫର୍ଦ୍ଦ ଯୋଡି ହୋଇଛି । ଏହି ସଫଳତା ପାଇଁ ବିଭିନ୍ନ ସ୍ଥାନରୁ ଶୁଭେଛାର ବାର୍ତ୍ତା ଆସୁଛି । ପଲ୍ଲବୀ ମହାରଥୀ ଏହି ସଫଳତା ପାଇଁ ଶିକ୍ଷାଅନୁଷ୍ଠାନର ଫଫେସରଙ୍କ ସହିତ ପିତା ପ୍ରଦୀପ ମହରୀଥୀ ଓ ମାତା ଡ. ପ୍ରତିଭା ମହାରଥୀଙ୍କ ଆର୍ଶିବାଦ ଯୋଗୁ ମୁଁ ଆଜି ଏହି ସଫଳତା ପାଇଛି ବୋଲି କହିଛନ୍ତି ।  
B mohapatra
pipili
ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts