 |
Bari |
ବରୀ---- - ଯାଜପୁର ଜିଲ୍ଲା ବରୀ ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛ ିବରୀ-ମାଉଣ୍ଡ ବଜାର । ଏହି ବଜାର ଉପରେ ରହିଛି ୨ଟି ବିଦ୍ୟାଳୟ,ଜଳସମ୍ପଦ ବଙ୍ଗଳା,ବିଦ୍ୟୁତ ବିଭାଗ, ପ୍ରାଣୀ ଚିକିତ୍ସାଳୟ ,ଡାକଘର. ଓ ବଜାରର ଅଳ୍ପ ଦୂରରେ ରହିଛି ବରୀ ଉଚ୍ଚ ବିଦ୍ୟାଳୟ । ଏହି ୨ଟି ବିଦ୍ୟାଳୟ ସମ୍ମୁଖରେ ଦୈନିକ ସକାଳେ ବସୁଛି ମାଛ ବଜାର । ଦୃର୍ଗନ୍ଧରେ ଫାଟି ପଡୁଛି ପରିବେଶ ସାଙ୍ଗକୁ ମାଛର ପଚା ପାଣି ରାସ୍ତାରେ ପଡି ଟ୍ରାଫିକ ସମସ୍ୟା ସହିତ ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ଅତିଷ୍ଠ କରି ପକାଇଲାଣି । ମାଛ ବେପାରୀମାନେ ମାଛ କାତି, ପୁଟିଂ ଆଦି ଅଳିଆ ଆର୍ବଜନା କୁଢକୁଢ ଗଦା କରୁଥିବାରୁ ପରିବେଶ ଦୃର୍ଗନ୍ଧ ମୟ ହୋଇଉଠୁଛି । ଏହା ଦ୍ୱାରା ବିଦ୍ୟାଳୟକୁ ଆସୁଥିବା ଛୋଟଛୋଟ କୋମଳମତି ଛାତ୍ରଛାତ୍ରୀମାନେ ସଂକ୍ରମଣ ରୋଗର ଶିକାର ହେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଜଳ ସମ୍ପଦ ବିଭାଗ ପାଚେରୀ କଡରେ ଅଳିଆ ଆର୍ବଜନା ମାଛ ବେପାରୀ ଗଦା କରୁଥିବା ବେଳେ ଜଳ ସମ୍ପଦ ବଙ୍ଗଳା ପରିବେଶ ନଷ୍ଟ ହେବାକୁ ବସିଲାଣି ି । ଏଠାକୁ ଆସୁଥିବା ଅତିଥିମାନେ ଦୃଗନ୍ଧରେ ମୁହଁ ମୋଡି ଦେଇ ଚାଲି ଯାଉଥିବା ଅଭିଯୋଗ ହୋଇଛ । ସକାଳୁ ପୂବାହ୍ନ ୧୨ଟା ପର୍ଯ୍ୟନ୍ତ ବିଦ୍ୟାଳୟ ସମ୍ମୁଖରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଉଛି । ଗାଡି ମଟର ରାସ୍ତା ଉପରେ ରହିବା କେତେବେଳ ଅଘଟଣ ନଘଟିବ କିଏ କହିବ? ଏନେଇ ଦିନକୁ ଦିନ ଜନ ଅସନ୍ତୋଷ ବଢିବାରେ ଲାଗିଛି । ସେହିପରି ଏହି ବଜାର ସଂଲଗ୍ନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କୁଢକୁଢ ଅଳିଆ ପଡି ରହୁଛି । ଯାହାଫଳରେ ସ୍ୱଚ୍ଛ ଭାରତ ଅଭିଯାନ ବରୀ ବଜାର ପାଇଁ ଅଲୋଡା ହୋଇପଡିଛି । ସତେ ଯେପରି ଏଠାରେ ସ୍ୱଚ୍ଛ ଭାରତ ଅଭିଯାନ ଫେଲ ମାରିଥିବା ଚର୍ଚ୍ଚା ଯୋର ଧରିଛି ।ଏ ସଂକ୍ରାନ୍ତରେ ବରୀ ତହସିଲରେ ବାରମ୍ବାର ଅଭିଯୋଗ କଲେବି କୈାଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଜଣାପଡିଛି ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ