ଗାଇ ଗଛ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ, ଜଣେ ଗୁରୁତର
ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ ପଙ୍ଗାରସିଂହ ଗ୍ରାମରେ ଗାଇ ବାନ୍ଧିବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଗୁରୁତର ଭାବେ ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାର ଜଣା ପଡିଛି । ରହିମ ଖାଁଙ୍କ ବାଡିରେ ପଡୋଶୀ ବୁଲୁ ଖାଁ ଗାଇ ବାନ୍ଧି ଆସୁଥିଲେ । ଗାଇଟି ବାଡିରେ ପଶି ଲଗାଇଥିବା ଗଛପତ୍ର ନଷ୍ଟ କରିଦେବା ଯୋଗୁଁ ରହିମ ଏହି ଘଟଣା ବିଷୟରେ ବୁଲୁଙ୍କୁ ଜଣାଇଥିଲେ । ବୁଲୁ ନ ଶୁଣିବାରୁ ରହିମ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଗତକାଲି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଉଭୟପକ୍ଷଙ୍କ ଏହି ଘଟଣାକୁ ନେଇ ଯୁକ୍ତତର୍କ ଚାଲିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବୁଲୁ ଖାଁଙ୍କ ସମେତ ହବିବୁଲା ଖାଁ ,ସଫି ଖାଁ,ସମିଉଲ୍ଲା ଖାଁ ଓ ଟିକୁ ଖାଁ ସଭାରୁ ଉଠି ରହିମ ଖାଁଙ୍କୁ ମାଡମାରି ତଳେ ପକାଇ ରକ୍ତାକ୍ତ କରିଦେଇଥିଲେ । ରକ୍ତାକ୍ତ ଅବସ୍ଥାରେ ରହିମଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଏ ନେଇ ବାଘମାରୀ ଥାନା ପୋଲିସ ନିକଟରେ ରହିମ ଖାଁ ଅଭିଯୋଗ କରିଛି ।ଅଭିଯୋଗକୁ ଭିତ୍ତିକରି ୭୦/୧୯ରେ କେସ ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା