Breaking News

ଉର୍ଣ୍ଣବିଂଶ ମହୋତ୍ସବ ନିମାପଡା ଠାରେ ଅନୁଷ୍ଠିତ


 J sehti
Nimapada
ନିମାପଡ଼ା-----ପୁରୀ ଜିଲ୍ଲା ନିମାପଡ଼ା ସହିଦ୍ ଭଗତ ଠାରେ ଉର୍ଣ୍ଣବିଂଶ ନିମାପଡା ମହୋତ୍ସବ ଉଦଘାଟିତ ହୋଇଯାଇଛି । ନିମାପଡା ମୁକ୍ତାକାଶ ରଙ୍ଗ ମଞ୍ଚରେ ଆୟୋଜିତ ନିମାପଡା ମହୋତ୍ସବ କୁ ଓଡ଼ିଶା ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍  ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ।  ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀ ଏବଂ ପୁର୍ବତନ ସାଂସଦ ପଦୁଶ୍ରୀ ଭବାନୀ ଚରଣ ପଟ୍ଟନାୟକ , ପଟ୍ଟଚିତ୍ର ଶିଳ୍ପୀ ଶରତ ପ୍ରଧାନ, ବରିଷ୍ଟ ସମାଜସେବୀ ବିନ୍ଦାସ୍ ଚିନୁଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ଏହି ମୁକ୍ତାକାଶ ରଙ୍ଗମଞ୍ଚରେ ଭାରତନାଟମ୍ୟ ,  କୋଲକାତାର ରୂପ୍ସା ଓ ସାଥୀ ନୃତ୍ୟ କୁ କଳାକାର ମାନେ ଅତି ନୁଖୁଣ  ସହିତ ପରିବେଷଣ କରିଥିଲେ। ପରେପରେ ଗୁରୁ ଆତ୍ତବନ୍ଧୁ ବାରିକ , ଲକ୍ଷ୍ମୀପ୍ରିୟାଙ୍କ ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଥିଲା । ଏହାକୁ ମନୋଭରି ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକମାନେ । ଉଦଘାଟିତ ଏହି ମହୋତ୍ସବ ରେ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଜଂନ ଦାଶ, ଶିକ୍ଷାବିତ ରମେଶ ଚନ୍ଦ୍ର ପରିଡା, ସମାଜସେବୀ ପ୍ରତାପ କୁମାର ପାତ୍ର ପ୍ରମୁଖ କାର୍ଯ୍ୟ କ୍ରମରେ  ଯୋଗ ଦେଇଥିଲେ ।  ଜନମାନସରୁ ଦୁରେଇ ଯାଉଥିବା କଳା ସଂସ୍କୃତି ଓ ଉଜିବି ହୋଇ ରହିଵା ସହିତ ପରସ୍ପର ମଧ୍ୟରେ ଏକତା ଓ ଭାଇଚାରା ସୃଷ୍ଟି କରିବାରେ ମାଧ୍ୟମ ହୋଇଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମତବ୍ୟକ୍ତ କରିଥିଲେ ।  
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts