ରଘୁନାଥ ଟ୍ରଫି-ଇଗଲ କ୍ଲବ,ଗୋଡିପଲ୍ଲୀ ଚମ୍ପିୟାନ
ନୟାଗଡ଼----- ନୟାଗଡ଼ ଜିଲ୍ଲା ଓଡ଼ଗାଁର ମିନିଷ୍ଟାଡିୟମ ଠାରେ ରଘୁନାଥ ଆଥଲେଟିକ ଆସୋଏସନ ତରଫରୁ ୨୬ତମ ରଘୁନାଥ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ନୟାଗଡ ୱାରିୟର ଓ ଇଗଲ କ୍ଲବ ଗୋଡିପଲ୍ଲୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିସ୍ପତ୍ତି ନେଇଥିଲେ ନୟାଗଡ ୱାରିୟର ଦଳ ।୧୮ ଓଭରରେ ସମସ୍ତ ୱିକେଟ ହରାଇ ୩୭ ରନ କରିଥିଲେ । ୩୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଇଗଲ କ୍ଲବ ଗୋଡିପଲ୍ଲୀ । ଦଳ ୪.୧ ଓଭର ରେ ନିଜର ୨ୱିକେଟ ହରାଇ ୪୧ରନ କରିଥିଲେ ।
ଫାଇନାଲ ମ୍ୟାଚରେ ରଘୁନାଥ ଆଥଲେଟିକ ଆସୋଏସନ ର ପରିଚାଳକ ଦିବାକର ନାୟକଙ୍କ ସହିତ ମୁଖ୍ୟ ଅତିଥି ଡ଼ଃ ଅରୁଣ କୁମାର ସାହୁ,ମାନ୍ୟବର ମନ୍ତ୍ରୀ ଓଡିଶା ସରକାର ଓ ମୁଖ୍ୟ ବକ୍ତା ଲୋକନାଥ ସାହୁ,ଜିଲ୍ଲାପରିଷଦ ଅଦକ୍ଷ ନୟାଗଡ ଯୋଗ ଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ରଘୁନାଥ ଆଥଲେଟିକ ଆସୋଏସନର ସଭ୍ୟ ମିଥୁନ ପାଣୀଗ୍ରାହି, ମହମ୍ମଦ ଆକବର , ପ୍ରମୋଦ ପ୍ରଧାନ , କିସନଦେବ ମହାରଣା, ଆଶିଷ ନାୟକ ଓ ଅନିଲ ପଟ୍ଟନାୟକ, ଖେଳ ପରିଚାଳନା କରିଥିଲେ ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ