ସାକ୍ଷୀଗୋପାଳ ---- ସତ୍ୟବାଦୀ ଅଞ୍ଚଳରେ ଜଣେ ଯୁବକ ରେଳ ଧାରଣା କରକୁ ଝାଡା ଯାଇ ନିଜ ଜିବନ ହରାଇବାକୁ ପଡିଛି । ପୁରୀ- ଖୋର୍ଦ୍ଧା ରେଳ ଧାରଣାର ସାକ୍ଷୀଗୋପାଳ ରେଳ ଷ୍ଠେସନ ନିକଟ ରତ୍ନାଚିରା ସେତୁ ପାଖରେ ଜଣେ ଯୁବକ ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଛି । ସୁଚନାଯୋଗ୍ୟ ପେଣ୍ଠପଡା ଗ୍ରାମ ପଞ୍ଚାୟତର ୪ ୱାର୍ଡର ପ୍ରତାପ କୁମାର ବିଶୋଇ ଭୋର ସମୟରେ ରେଳ ଧାରଣା ଉପରେ ଯିବା ସମୟରେ ଖୋର୍ଦ୍ଧାରୁ ପୁରୀ ଅଭିମୁଖେ ଆସୁଥିବା ତପସ୍ୱନୀ ଏକ୍ସପ୍ରେସ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେକି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଅଧିକାରୀ ପି, କେ ପାତ୍ର ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ରେଳ ଧାରଣା କରରେ ଝାଡା ବସିବାକୁ ଯାଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ରେଳ ଧାରଣା କରରେ ଝାଡା ଯିବା ବେଳେ ଟ୍ରେନରେ କଟି ଯୁବକଙ୍କର ମୃତ୍ୟୁ
Reviewed by
sakhigopal news
on
10:45
Rating:
5