 |
puri |
ପୁରୀ ----- ପୁରୀ ରେଳ ଷ୍ଟେସନ ସମ୍ମୁଖରୁ ୧୦ କିଲୋ ଗଞ୍ଜେଇ ଅବକାରୀ ବିଭାଗ ଓ ଆରପିଏଫଙ୍କ ମିଳିତ ଚଡାଉ କରି ଜବତ କରିବା ସହ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସୁଚନାଯୋଗ୍ୟ ଯେ ରେଳ ଷ୍ଟେସନ ନିକଟରେ ନିଶା କାରବାର ଯୋରସୋର ଚାଲିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ମାତ୍ର ରେଳୱ ଆରପିଏଫ ପକ୍ଷରୁ ବାରମ୍ବାର ଚଡାଉ କରାଯାଉଥିଲେ ମଧ୍ୟ କୌଣସି ସୁତ୍ରରୁ ଖବର ପାଇ ନିଶା ବେପାରୀ ଖସି ଯାଉଥିଲେ । ଆଜି ଆରପିଏଫ କର୍ମଚାରୀ ମାନେ ଚଡାଉ କରିବା ଯୋଗୁ ଏହି ସଫଳତା ପାଇଛନ୍ତି । ସେମାନଙ୍କ ଠାରୁ ୧୦ କେଜି ଗଞ୍ଜେଇ ଜବତ କରି ଅବକାରୀ ଆଇନ ଲଗାଇ କୋର୍ଟ ଚାଲାଣ କରିଥିା ଜଣାପଡିଛି ।
ପୁରୀରୁ ଜୟନ୍ତ କୁମାର ସେଠୀ