 |
Sakhigopal |
ସାକ୍ଷୀଗୋପାଳ ----- ବିଜୁ ଜନତା ଦଳର ଶକ୍ତି ହେଉଛନ୍ତି ମହିଳା ବା ମା ମାନେ ବୋଲି ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ କହିଥିଲେ । ଦୀର୍ଘ କୋଡିଏ ବର୍ଷ ପରେ ସତ୍ୟବାଦୀରେ ଦଳୀୟ ଭାବେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏଥିପାଇଁ କର୍ମୀ ମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି । ସାକ୍ଷୀଗୋପାଳ ସିଂହଦ୍ୱାର ନିକଟରେ ୨୩ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମରେ ପ୍ରତିଷ୍ଠା କରାଯାଇ ଥିବା ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଗୋପବନ୍ଧୁ ଓ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପାମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ଅତିଥି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇ ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଓ ନବୀନ ପ୍ଟ୍ଟନାୟକଙ୍କ ଯୋଜନା ସମ୍ପର୍କେ ମତ ରଖିବା ସହ ବିରୋଧୀ ଦଳଙ୍କ ମନଗଡା କାହାଣୀ କଥା ଲୋକମାନେ ଜାଣି ସାରିଛନ୍ତି ବୋଲି କହିଥିଲେ । ସାଂସଦ ବିଧାୟକ ଶ୍ରୀ ସାମନ୍ତରାୟଙ୍କ କାର୍ଯ୍ୟକଳାପର ଶୈଳୀକୁ ଭୂୟସି ପ୍ରଶାଂସ କରିଥିଲେ । ୨୦୨୦ ନବ ବର୍ଷର ଅଭିନନ୍ଦନ ଜଣାଇବା ସହ ବିଜୁ ଜନତା ଦଳର ସମସ୍ତ କର୍ମୀ ମାନଙ୍କୁ ପରିବାର ସୁଖ ଶାନ୍ତି ରେ ରହୁ ବୋଲି ସାକ୍ଷୀଗୋପିନାଥଙ୍କୁ ଜଣାଇଥିଲେ । ସେହିପରି ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ ଆମେ ଗୋଟିଏ ପରିବାର ଆମ ପରିବାର ନାମ ହେଉଛି ବିଜୁ ଜନତା ଦଳ । ଜଣେ ଲୋକ ବା ପରିବାର ପାଇଁ ଘର, ଶିକ୍ଷା, ପାନୀୟ ଜଳ, ଆଲୋକ, ରାସ୍ତା, ଖାଦ୍ୟ ଏହାକୁ ପ୍ରତି ପରିବାର ପାଖରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ମାଧ୍ୟମରେ ଯୋଗାଇ ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । ବ୍ଳକ ବିଜେଡି ସଭାପତି ପ୍ରାମୋଦ କୁମାର ରାଉତରାୟ ସଭାରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲାପରିଷଦ ସଭ୍ୟଙ୍କ ପ୍ରତିନିଧି ଦେବାଶିଷ ରାୟ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ବ୍ଳକ ଯୁବ ସଭାପତି ତନ୍ମୟ କୁମାର ପଣ୍ଡା , ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ବିଜେଡି କର୍ମୀ ରାମଚନ୍ଦ୍ର ମହାନ୍ତି , ବ୍ଳକର ମହିଳା ସଭାନେତ୍ରୀ ଲକ୍ଷ୍ମୀପିୟା ଦାଶ, ମହିଳା ନେତ୍ରୀ କନକ ପଣ୍ଡା ଓ କଣାସ ବ୍ଳକର ଜନପ୍ରତିନିଧି ଓ ବିଜୁ ଜନତା ଦଳର କର୍ମୀ ଓ ବିଜୁ ଜନତା ଦଳକୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ ଏହି ପ୍ରତିଷ୍ଠା ଦିବସରେ ଯୋଗଦାନ କରିଥିଲେ । ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ, ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି