Breaking News

ବରଗଡ଼ ଜିଲ୍ଲାର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ


 N Das
Baragarh
 ବରଗଡ଼   ---- ଆଜି ଠାରୁ ଆରମ୍ଭ ହେବ ମୁକ୍ତାକାଶ  ବୃହତ ଖୋଲା ମଞ୍ଚର ମହା ନାଟକ ବରଗଡ଼ ଧନୁଯାତ୍ରା।ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।  ଦୀର୍ଘ ୬କିଲୋମିଟର ପରିସୀମା ମଧ୍ୟରେ ହେଉଥିବା ଏହି ଯାତ୍ରାରେ ବରଗଡ଼ ସହରକୁ ମଥୁରା ନଗରୀ ଓ ଅମ୍ବାପାଲିକୁ ଗୋପପୁର ଭାବରେ ଆଖ୍ୟା ଦିଆଯାଇଛି । ଦୁଇ ଗ୍ରାମ  ମଝିରେ  ଯାଇଥିବା ଜିରା ନଦୀ ହେବ ଯମୁନା ନଦୀ। ମଥୁରା ନଗରୀର ସୌନ୍ଦର୍ଯ୍ୟ ପାଇଁ ୧୦ଟିମୁଖ୍ୟ ତୋରଣ,୫୦ଟି ଛୋଟ ତୋରଣ,୨୫ଟି ଆଲୋକ ତୋରଣ ସହ ଘୋଡା ରଥ ୫ଟି,ହାତୀ,ଓଟ,ପ୍ରହରୀ ସବୁ ପ୍ରସ୍ତୁତ ହୋଇ ସାରିଛି।ଅନ୍ୟପକ୍ଷେ ଧନୁଯାତ୍ରା ସମୟରେ ଟ୍ରାଫିକ ପାଇଁ ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ବୋଲି ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।ଏସପି ସାହୁଙ୍କ ତତ୍ୱବାଧାନରେ ଜଣେ ଅତିରିକ୍ତ ଏସପି,ଜିଲ୍ଲାର ସମସ୍ତ ଡ଼ିଏସପି, ଇନିସ୍ପେକ୍ଟର,ସବ ଇନିସ୍ପେକ୍ଟରଙ୍କ ସହ ଜିଲ୍ଲା ବାହାର ପୋଲିସ ସଜାଗ ରହିବେ ବୋଲି ଜଣାପଡିଛି। ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ବରଗଡ଼ ସହର ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts