>>
  • ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ
  • >>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • ସ୍ବେଚ୍ଛାସେବୀ ଅନୁଷ୍ଠାନର ନିଆରା ପ୍ରୟାସ,ଗ୍ରୀନ ପାର୍କରେ ମିଠା ଦିବସ ପାଳିତ

    ନୟାଗଡ଼  ----- ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟ ହରିହରପୁର ଗାଁରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଡିସେମ୍ବର ୨୫ ତାରିଖରେ ମିଠା ଦିବସ ରୂପେ ପାଳନ କରାଯାଇଛି।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ତାମିଲନାଡୁ ଉଥଣ୍ଡି  ସ୍ଥିତ  ଆତ୍ମଜ୍ଞାନ ପ୍ରତିଷ୍ଠାନ ର ପ୍ରତିଷ୍ଠାତା ପୁଜ୍ୟ ସ୍ବାମୀ ଶୁଦ୍ଧାନନ୍ଦ ସରସ୍ବତୀ  ,ସମ୍ମାନୀତ ଅତିଥି ଫ୍ରାନ୍ସ ର ସାମା ମା ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ହାତରେ ଏକ ବୃକ୍ଷଚାରା ରୋପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆମ  ଜୀବନ ଯାତ୍ରାରେ ଏହି ଦେହ ରୂପକ ଗାଡି ନେଇ ଆମେ ଯାତ୍ରା ଆରମ୍ଭ କରିଥାଉ।ଏହି ଯାତ୍ରା ର ଆରମ୍ଭ ଓ ଶେଷ ଆମକୁ ଜଣାନଥାଏ।କୌଣସି ସ୍ଥାନକୁ ଯିବାକୁ ହେଲେ ପ୍ରଥମେ ଗାଡି ଠିକ ରହିବା ସହ ଗାଡି ଚାଳକ ଠିକ ରହିବା ଜରୁରୀ ।ଏ ଦୁହିଁଙ୍କ ମଧ୍ୟରୁ ଯଦି ଜଣେ ବି ଦୁର୍ବଳ ଥିବ ଯାତ୍ରା ସୁଖଦ ହେବନି।ଏଣୁ ପ୍ରଥମେ ଉଚିତ ଖାଦ୍ୟ ସହ ଦେହକୁ ସୁସ୍ଥ ରଖିବା । ଉଚିତ ଭାବନା ଆମ ମନକୁ ଯଦି ଶିକ୍ଷା ଦିଆଯାଏ ତେବେ ଆମ ଜୀବନ ଯାତ୍ରା ମଧୁମୟ ହେବ।ଏଣୁ ଯୁବବର୍ଗ ଏଥିପ୍ରତି ସଚେତନ ହୋଇ ଏକ ସୁନ୍ଦର ସମାଜ ଗଢିପାରିବେ  ବୋଲି ସ୍ବାମିଜୀ ଉଦବୋଧନ ଦେଇଥିଲେ।ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଓ ଗ୍ରୀନ କ୍ଲବ ସଦସ୍ୟ ମାନଙ୍କର ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।କୁନି କୁନି ପିଲାଙ୍କୁ ନେଇ ମ୍ୟୁଜିକ ଚେୟାର ଖେଳ କରି ଉପସ୍ଥିତ ଥିବା ସମସ୍ତ କୁନି କୁନି ପିଲାଙ୍କୁ ମିଠା କ୍ଷୀରି ଆଦି ବଣ୍ଟନ କରାଯାଇଥିଲା । ବାସ୍ତବିକ ଶିଶୁ ହସିଲେ ଦୁନିଆ ହସେ,ଏହି କୁନିକୁନି ଶିଶୁମାନଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଥିଲା।ଏହି ନିଆରା ପ୍ରୟାସକୁ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟିଛି। 

     S dhaliei
    nayagarh
    ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

    Blog Archive

    Popular Posts