Breaking News

ମାଷ୍ଟର ମାଣିଆଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ; ବଜରଙ୍ଗି କ୍ଳବ ଘାଟିକିଆ ଚମ୍ପିୟାନ

 ଡେଲାଙ୍ଗ -----    ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗଡ ରେଙ୍ଗଲର ବାରାହୀ ମିନି ଷ୍ଠାଡିୟମ  ପରିସରରେ ୩୧ ତମ ମାଷ୍ଟର ମାଣିଆଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି   । ଘାଟିକିଆର ବଜରଙ୍ଗ ଦଳ ( ୨-୧) ଗୋଲରେ  ୟୁନାଇଟେଡ କ୍ଳବ ଗଣ୍ଡରପୁର ଦଳକୁ ପରାସ୍ତା କରିଛି । ଏବର୍ଷ ମାଷ୍ଟର ମାଣିଆଁ ଫୁଟବଲ ଚମ୍ପିୟାନ ହୋଇଛି ବଜରଙ୍ଗି କ୍ଳବ ଘାଟିକିଆ  । ବଜରଙ୍ଗି ଦଳର ବିକାଶ ନାୟକ ଦଳ ପକ୍ଷରୁ ଦୁଇଟି ଯାକ ଗୋଲ ଦେଇଥିଲେ  । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦସଭ୍ୟ ମଳୟ କୁମାର ମହାନ୍ତି , ସରପଞ୍ଚ ଗନ୍ଦର୍ବ ବେହେରା, ସନ୍ତୋଷ ସେଠୀ ସମିତି ସଭ୍ୟ , ଗ୍ରାମ୍ୟ କମିଟି ସଭାପତି ଚିତରଞ୍ଜନ ବିଧାର, ସୁମନ ପଟ୍ଟନାୟକ ଉପଦେଷ୍ଠା, ଅନୁଷ୍ଠାନର ସଭାପତି ବିରଞ୍ଚି ନାରାୟଣ ସାମନ୍ତସିଂହାର , ଅଜୟ ବିଶ୍ୱାଳ ଉପସଭାପତି, ଜଳନ୍ଦର ବେହେରା ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି ଚମ୍ପିୟାନ ଓ ରନସ ଦଳକୁ ସିଲଡ ଓ କପ ସହିତ ନଗଦ ରାଶି ପ୍ରଦାନ କରିଥିଲେ  । ଖେଳ ପରିଚାଳନା କରିଥିଲେ   ପ୍ରଫୁଲ ବେହେରା ଲାଇନ୍ସମ୍ୟାନ, ରାମଚନ୍ଦ୍ର ମିଶ୍ର,   ସୌମ୍ୟ ପଟ୍ଟନାୟକ ଓ ଆଶୋକ ସ୍ୱାଇଁ ରହିଥିଲେ  ।  ମ୍ୟାନ ଅଫ ଦି ମ୍ୟାଚ ଘାଟିକିଆର ବିକାଶ ନାକୟକ, ବେଷ୍ଟ ପ୍ଳୋୟାର ଅଫ ଟୁର୍ଣ୍ଣମେଣ୍ଟ ଦୀପ୍ତିରଞ୍ଜନ ମାଝୀଙ୍କ ନାମ ଘୋଷଣା କରାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
 D Senapati
Delang 

Blog Archive

Popular Posts