Breaking News

ଶୀତ ଲହରୀରେ ଥରୁଛି ବରୀ

ବରୀ----- ଯାଜପୁର ଜିଲ୍ଲା ବରୀ ଅଂଚଳରେ ୩/୪ ଦିନ ଧରି ହାଡଭଙ୍ଗା ଶୀତ ସାଙ୍ଗକୁ କୋହାଲ ପବନ ଲାଗି ରହିଛି । ଦିନରେ ପାଗ କୋହଲା ସାଙ୍ଗକୁ ଝିପି ଝିପି ବର୍ଷା ଶୀତ ଲହରୀକୁ ଦ୍ୱୁଗୁଣିତ କରିଦେଇଛି । ଗାଁ ଗହଳିରେ ଲୋକମାନେ  ନିଆଁ ଜାଳି ଶୀତରୁ ରକ୍ଷା ପାଉଥିବାର ଦେଖିବାକୁ ମିଳିଛି ।  ବରୀ ବାଲିଆପାଳ,ରାଜାତୋଟା,କଳାମାଟିଆ,ବାଲିଆ,ରତ୍ନଗିରି, ସୁଜନପୁର, ଶିବାଛକ, ଶଙ୍ଖାରୀଗଡା,ବନ୍ଧଢିଅ,ବ୍ରହ୍ମବରଦା ଆଦି ବଜାରରେ ଶୀତ ଯୋଗୁ ବୋପାର ବଣିଜ ମାନ୍ଦା ପଡିଯାଇଛି । ୨୦୧୯  ମସିହାକୁ ବିଦାୟ ଦେବା ପାଇଁ ଶୀତୁଆ ପାଗ ପାଇଁ  ଯୁବଗୋଷ୍ଠୀମାନେ ଭୋଜିଭାତ କରୁଥିବା ଦେଖିବାକୁ ମିଳିଛି ।  ଚା ଓ କଫି ଦୋକାନରେ ଗ୍ରାହକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।
 ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
 D Behera
Bari

Blog Archive

Popular Posts