Breaking News

ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ତିର୍ତ୍ତୋଲ ବ୍ଲକ ପରିଦର୍ଶନ

କୁଜଙ୍ଗ----- ରାଜ୍ୟସରକାରଙ୍କ ୫ଟି ସଦସ୍ୟ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଶୁକ୍ରବାର ତିର୍ତ୍ତୋଲ ବ୍ଲକ ଗସ୍ତରେ ଆସି ୩ଟି ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଜଡତିରା ପଞ୍ଚାୟତ ଯାଇ ଅରଡା ଠାରେ ଥିବା ବସୁଧା ଯୋଜନାର ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହ ଏହାଦ୍ୱାରା କେତେଲୋକ ଉପକୃତ ହେବେ ଓ ଏହାର ସୁପରିଚାଳନା ନେଇ ଉପସ୍ଥିତ ବିଭାଗୀୟ ଅଧରକାରୀଙ୍କ ସହ ଆଲୋଚନା କରିଥିଲେ । ପରେ କୋଲର ପଞ୍ଚାୟତର ତାରତୋଲ ଯାଇ ସେଠାରେ ଆଖୁଚାଷ ନିମନ୍ତେ ସ୍ଥାପନ ହୋଇଥିବା ବୃହତ ଉଠା ଜଳସେଚନ ପ୍ରକଳ୍ପ ବୁଲି ଦେଖିବା ସହ ଏହାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ । ମଧ୍ୟାହ୍ନରେ ଗରାମ ପଞ୍ଚାୟତ ଯାଇ ସେହି ପଞ୍ଚାୟତରେ ଜୀବିକା ମିଶନ  ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରୋଜେକ୍ଟ ବୁଲି ଦେଖିଥିଲେ  ।  ଜ୍ଞାନଶକ୍ତି ପଞ୍ଚାୟତ ମହାସଂଘ ସଦସ୍ୟା ମାନଙ୍କ ସହ ଆଲୋଚନା କରିଥଲେ । ଏହି ମହାସଂଘ ଜରିଆରେ ଏସଏଚଜି ଗ୍ରୁପ ମାଧ୍ୟମରେ ସ୍ୱାବଲମ୍ବନ ପାଇଁ ଋଣରେ ଅର୍ଥଆଣି କରାଯାଇ ଥିବା ମାଛଚାଷ, କୁକୁଡା ପାଳନ, ମସଲା ଗୁଣ୍ଡ ପ୍ରସ୍ତୁତି, ଆଚାର ପ୍ରସ୍ତିତି ଇତ୍ୟାଦି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଗରାମ ଗ୍ରାମରେ ଥିବା ମାଛଚାଷ ପୋଖରୀ ଓ କୁକୁଡା ଫାର୍ମ ବୁଲିଦେଖିଥିଲେ । ଏଥିରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପିଡି ସରୋଜକାନ୍ତ ମହାନ୍ତି, ଓରମାସର ଜିଲା ପ୍ରତିନିଧି ସତ୍ୟସୁନ୍ଦର ପାଇଟାଳ, ମିଶନ ଶକ୍ତି ଜିଲା ସଂଯୋଜକ ପ୍ରେମ୍ସୀ ନାୟକ, ବିଡିଓ ରଞ୍ଜନ କୁମାର ପରିଡା,  ସିଡିପିଓ ନିବେଦିତା ବିଭୂତିରାୟ, ବିପିଏମ ଲିପିକା ଷଡଙ୍ଗୀ, ପୂର୍ବତନ ସରପଞ୍ଚ ଡା.କିଶୋର କୁମାର ସାହୁ, ସହକାରୀ ମତ୍ସ୍ୟ ଅଧିକାରୀ ବିକାଶ ସ୍ୱାଇଁଙ୍କ ସମେତ ବହୁ ଏସଏଚଜି ଗ୍ରୁପର ସଦସ୍ୟା ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
 P mohapatra
jagasinghpur

Blog Archive

Popular Posts