Breaking News

ଚନ୍ଦ୍ରଭାଗା ମାଘ ମେଳା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ

କୋଣାର୍କ ----ଆସନ୍ତା ଜାନୁୟାରୀ ମାସ ୩୧ ଓ ଫେବୃୟାରୀ ମାସ ୧ ତାରିଖରେ ଅନୁଷ୍ଠିତ ହେବ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା । ଏଥି ନିମନ୍ତେ ପୁରୀ ଜିଲ୍ଳା ପ୍ରଶାସନ ପକ୍ଷରୁ ସ୍ଥାନିୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଏସପି ଅରୁଣକୁମାର ଜେନା, ପୁରୀ ଜିଲ୍ଳା ବନ୍ୟପ୍ରାଣି ବନାଞ୍ଚଳ ଅଧିକାରୀ ହର୍ଶବର୍ଦ୍ଧନ ଉଦଗାତ ଓ କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସ, ଗୋପ, ନିମାପଡା, କାକଟପୁର ତହସିଲଦାର ଓ ବିଡିଓଙ୍କ ସମେତ ମେଳାର ବ୍ୟବସ୍ଥା ସହିତ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧୀକାରୀମାନେ ଉପସ୍ଥିତ ରହି ମାଘମେଳା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଚନ୍ଦ୍ରଭାଗାର ପବିତ୍ର ତୀର୍ଥ ପୁଷ୍କରଣୀରେ ତିନି ଠାକୁର ମାଧିପୁରର ବାବା ତ୍ରିବେଣୀଶ୍ୱର, ସନ୍ଥପୁରର ଐଶାଣେଶ୍ୱର ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ରୀତିନୀତି, ପୂଜା ଓ ଶୋଭାଯାତ୍ରା  ସୁଚାରୁ ରୁପେ ସମ୍ପାଦନ କରିବା ପାଇଁ ଗୋପ-କୋଣର୍କ, ନିମାପଡା, କାକଟପୁର ଓ ଅସ୍ତଙ୍ଗ ତହସିଲଦାର ଏବଂ ବିଡିଓଙ୍କୁ ଦାୟତ୍ୱ ଦିଆଯାଇଛି । ଚଳିତ ବର୍ଷର ଦୁଇ ଦିନିଆ ଏହି ମେଳାରେ ଦେଶ ବିଦେଶରୁ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ଓ ମହୋଦଧିରେ ବୁଡ଼ ପକାଇବାର ପୂର୍ବାନୁମାନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳ, ପରିମଳ, ସ୍ୱାସ୍ଥ୍ୟ ଚିକିତ୍ସା, ପରିବହନ, ଆଲୋକ, ସୁରକ୍ଷା, ଟ୍ରାଫିକ ଓ ଅପରାଧ ନିୟନ୍ତ୍ରଣ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ଷଷ୍ଠୀ ରାତିରେ ଚନ୍ଦ୍ରଭାଗା ମେଳାପଡ଼ିଆରେ ସମବେତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପ୍ରଭୃତି ବ୍ୟବସ୍ଥାକୁ ସୁଚାରୁରୂପେ ସମ୍ପଦାନ କରିବା ପାଇଁ ସବୁ ବିଭାଗର ପ୍ରଶାସନିକ ଅଧିକାରୀମାନନେ ବୈଠକରେ ସୂଚନା ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ କୋଣାର୍କର ସମସ୍ତ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହି ବିଗତବର୍ଷମାନଙ୍କରେ ମାଘମେଳାରେ ଦେଖାଦେଇଥିବା ଅବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ମେଳାପଡ଼ିଆରେ ପ୍ରଶାସନ ଓ ଶ୍ରଦ୍ଧାଳୁମାନଙ୍କୁ ସହଯୋଗ କରିବା ପାଇଁ ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କ ନେତୃତ୍ୱରେ  ୩ଶହ ସ୍ୱେଚ୍ଛାସେବୀଙ୍କୁ ମେଳାପଡ଼ିଆରେ ନିୟୋଜିତ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି  ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts