ଓଡିଶା କର୍ମ ଜୀବି ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ
ଭୁବନେଶ୍ବର ----- ଓଡିଶା କର୍ମ ଜୀବି ସାମ୍ବାଦିକ ସଂଘର ନିର୍ବାଚନ ଭୁବନେଶ୍ବର ରେଡ କ୍ରସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ପଟ୍ଟନାୟକ ଙ୍କ ତତ୍ବାବଧନାରେ ନିର୍ବାଚନ ପରିଚାଳିତ ହୋଇଥିଲା । ୨୦୧୯ ମସିହା ଠାରୁ୨୦୨୨ ମସିହା ପର୍ଯ୍ୟନ୍ତ ତିନି ବର୍ଷ ପାଇଁ ରାଜ୍ୟ ସଭାପତି ଭାବେ ସୁଜ୍ଞାନ ଚୌଧୁରୀ , ରାଜ୍ୟ ଉପ ସଭାପତି ଭାବେ ଆଶୁତୋଷ ରଥ , ରାଜ୍ୟ ସଂପାଦକ ଭାବେ ହୃଷିକେଶ ମହାନ୍ତି, ରାଜ୍ୟ ସହ ସଂପାଦକ ଭାବେ ପବିତ୍ର ପାତ୍ର , ରାଜ୍ୟ କୋଷାଧ୍ୟକ୍ଷ ଭାବେ ଶ୍ୟାମ ସୁନ୍ଦର ରାଉତ ନିର୍ବାଚିତ ହୋଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପଶ୍ଚିମ ଓଡିଶାରୁ ମୋତିଲାଲ ବାଗ, ମନୋଜ କୁମାର ଜୈନ , ଅଶୋକ ପଣ୍ଡା, ବିଜୟ ଆଚାର୍ଯ୍ୟ ପ୍ରମୁଖ ୨୫ ଜଣ କାର୍ଯକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସହ ନିର୍ବାଚନ ଅଧିକାରୀ ଭାବେ ପରମା ନନ୍ଦ ମିଶ୍ର ନିର୍ବାଚିତ ହୋଇଥିଲେ ।