 |
Sakhigopal |
ସାକ୍ଷୀଗୋପାଳ ----ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକ ସୃତି ଜେନାଙ୍କୁ ସିଟି ଟାଉନରେ ଯେଉଁପରି ଭାବରେ ଆକ୍ରମଣ କରାଯାଇଛି ତାହାକୁ ସତ୍ୟବାଦୀ ପ୍ରେସ ନିନ୍ଦା କରିଛି । ଏହିଘଟଣା ପରେ ରାଜ୍ୟରେ ମହିଳା ମାନେ କେତେ ସୁରକ୍ଷିତ ତାହା ପ୍ରଶ୍ନ ଉଠିଛି । ଯେଉଁଠି ସତ୍ୟ ଘଟଣା ପ୍ରକାଶ କରିବାରୁ ବା ଖବର ସଂଗ୍ରହ କରିବାକୁ ଆସି ଆକ୍ରମଣ ଶୀକାର ହୋଇଛନ୍ତି । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉ । ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏକ ଆଇନ ଲାଗୁ କରିବା ପାଇଁ ସତ୍ୟବାଦୀ ପ୍ରେସ କ୍ଳବ ପକ୍ଷରୁ ଦାବି ହୋଇଛି । ଏହି ଅବସରରେ ସତ୍ୟବାଦୀ ପ୍ରେସ କ୍ଳବର ସଦସ୍ୟ ମାନେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସମ୍ମୁଖରେ ବିଭିନ୍ନ ଲେଖା ଥିବା ପ୍ଳାର୍କଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଅମର ଶତପଥୀ, ଅଶୋକ ମିଶ୍ର, ଅଶୋକ ବେହେରା, ଧୀରେନ୍ଦ୍ର ସେନାପତି, ଦେବତିକ୍ତ ମିଶ୍ର, ତୁଷାର ରଂଜନ ନାୟକ, ପୂର୍ଣ୍ଣାନନ୍ଦ ତ୍ରିପାଠୀ, ସହ ସାମାଜିକ କର୍ମୀ ଶୁଭଦର୍ଶୀ ମହାପାତ୍ର ଓ ପ୍ରଭାତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଘଟଣାକୁ ଘୋର ନିନ୍ଦା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି