Breaking News

ପିପିଲି ବିଜୁ ଜନତା ଦଳ କାର୍ଯ୍ଯାଳୟରେ ପ୍ରତିଷ୍ଠା ଦିବସ ପାଳିତ


 B Mahapatra
Pipili
ପିପିଲି -ବିଜୁ ଜନତା ଦଳ କାର୍ଯ୍ଯାଳୟ ପିପିଲି ଠାରେ ୨୩ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ବାଇଁ  ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ । ପିପିଲି ଡେଲାଙ୍ଗ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ଯ ଦେଇ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସରେ ଦଳର ଗଠନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ଓଡିଶା ଗଢିବା ସଂକଳ୍ପ ସମ୍ପର୍କରେ ଉପସ୍ଥିତ କର୍ମି ମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ପିପିଲି ବ୍ଲକ ରେ ଜନ ପ୍ରତିନିଧି ଓ ଏନଏସି ସମେତ ଡେଲାଙ୍ଗ ବ୍ଲକର ଅଧ୍ୟକ୍ଷଙ୍କ ସହ   ଶତାଧିକ କର୍ମୀ ଯୋଗ ଦେଇଥିଲେ ।
 ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts