ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣାରେ ଛଅ ଅଟକ
ସାକ୍ଷୀଗୋପାଳ ---- ସତ୍ଯବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକ ଠାରେ ରବିବାର ଦିନ ଗୋଟିଏ ପରିବାରର ତିନି ଜଣଙ୍କୁ ସ୍ପଟ ଦିବାଲୋକରେ ହତ୍ଯା କରାଯାଇଥିଲା । ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ନେତ୍ବତୃ ସତ୍ଯବାଦୀ ଓ ପିପିଲି ଥାନାର ମିଳିତ ଚଡାଉ ଫଳରେ ଉକ୍ତ କେସରେ ଛଅ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ଜଣାପଡିଛି । ଆଜି ଅପରାହ୍ନରେ ପୁରୀ ଏସପି ସତ୍ଯବାଦୀ ଥାନାରେ ଏ ସମ୍ଫର୍କରେ ଏକ ପ୍ରେସ ମିଟ କରିବାର ରହିଛି । ଏ ପର୍ଯ୍ଯନ୍ତ ସମୟ ଜଣା ପଡିନାହିଁ ।
ସାକ୍ଷୀଗୋପାଳରୁ ଧାରେନ୍ଦ୍ର ସେନାପତି