Breaking News

ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡିଗଲା

ସାକ୍ଷୀଗୋପାଳ-ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଟିକବିଲ ସାହିରେ ଶୁକ୍ରବାର ରାତି ୭.୨୦ରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାର ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି  । ଶଙ୍କର ପରିଡା ଓ ଚକ୍ରଧର ପରିଡାଙ୍କର ଗୋଟିଏ ଗୋଟିଏ ବଖରା ଘର ପୋଡି ଯାଇଛି  । ରୋଷୋଇ କରୁଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ମନୋଜ ପାତ୍ରଙ୍କ ସହିତ ଦୁଇଟି ଗାଡି ଘଟଣା ସ୍ଥଳରେ ପହଞ୍ଚିଥିଲା  । ସେତେବେଳକୁ ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିଥିଲେ  । ଏହି ଅଗ୍ନିକାଣ୍ଡାରେ ପ୍ରାୟ ୨୦ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts