ଡେଲାଙ୍ଗରେ ବେଆଇନ କରତ କଳ ଉପରେ ଚଡାଉ
ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତର ସାଧପଡା ଗ୍ରାମ ମୁଣ୍ଡରେ ବହୁ ଦିନ ଧରି ବେଆଇନ ଭାବରେ କରତ କଳ ଚାଲିଆସୁଥିଲା । ବିଶେଷ କରି ସଂଧ୍ୟା ପରଠାରୁ ଏହି କରତ କଳଟି ଚାଲିଥାଏ । ଏହି ବେଆଇନ କରତକଳ ଉପରେ ଶୁକ୍ରବାର ଜଙ୍ଗଲ ବିଭାଗ ଓ ଡେଲାଙ୍ଗ ପୋଲିସର ମିଳିତ ଭାବେ ଚଡଉ କରାଯାଇଛି । କରତକଳର ବିଭିନ୍ନ ଯନ୍ତ୍ରାଶଂ ଓ ବହୁ ମୂଲ୍ୟବାନ କାଠ ଜବତ କରାଯାଇଛି ବୋଲି ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ଠାରୁ ସୂଚନା ମିଳିଛି । ଏହି ଚଡାଉରେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଓ ରେଞ୍ଜର ଶଶୀ ଭୂଷଣ ବଳିଆରସିଂ, ଫରେଷ୍ଟର ଅକ୍ଷୟ କୁମାର ମୁଦୁଲି ଓ ଗଗନ ବିହାରୀ ମହାପାତ୍ରଙ୍କ ସହ ଟିମ ଚଡାଉ କରିଥିଲେ । ଏହି କରତ କଳଟି ପ୍ରତାପ ସ୍ୱାଇଁ ଚଳାଉଥିଲେ ବୋଲି ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି